ନିରବ ମୋଦୀର ହାଜତ ମିଆଦ ସେପ୍ଟେମ୍ବର ୧୯କୁ ବୃଦ୍ଧି

ଲଣ୍ଡନ : ୧୩ ହଜାର କୋଟି ଟଙ୍କା ମୂଲ୍ୟର ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀର ହାଜତ ମିଆଦକୁ ଆସନ୍ତା ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ଲଣ୍ଡନର ଏକ କୋର୍ଟ । ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟରେ ଏବେ ତାହାର ପ୍ରତ୍ୟାର୍ପଣ ମାମଲା ବିଚାରାଧୀନ ରହିଛି । ଜଜ ଟାନ ଇକ୍ରାମ ତାହାର ହାଜତ ମିଆଦକୁ ସେପ୍ଟେମ୍ବର ୧୯କୁ ବଢେଇଦେଇଛନ୍ତି । ନିରବ ମୋଦୀକୁ ଏବେ ଲଣ୍ଡନର ଓ୍ଵାଣ୍ଡସଓ୍ଵର୍ଥ ଜେଲରେ ରଖାଯାଇଛି ।

ଗତ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନିରବ ମୋଦୀକୁ ଗିରଫ କରିଥିଲା । ସେହି ଦିନଠାରୁ ସେ ଲଣ୍ଡନର ଏକ ଜେଲରେ ରହିଛି । ଗତ ମାର୍ଚ୍ଚ ୯ ତାରିଖରେ ନିରବ ମୋଦୀକୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ନିରବକୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ ।

ସମ୍ବନ୍ଧିତ ଖବର