ପିଏନ୍‌ବି ଠକେଇ ମାମଲା: ନୀରବ ମୋଦିଙ୍କ ବିରୋଧରେ ସିବିଆଇ କୋର୍ଟ ଜାରି କଲେ ଜାମିନ ବିହୀନ ଗିରଫ ପରଓ୍ଵାନା

ମୁମ୍ବାଇ: ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ୍‌ ଠକେଇ ମାମଲାରେ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ରବିବାର ମୁମ୍ବାଇର ସିବିଆଇ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ଵାନା(ଏନ୍‌ବିଡବ୍ଲ)ଜାରି କରିଛନ୍ତି। ନୀରବଙ୍କ ସମେତ ତାଙ୍କ ମାମୁ ମେହୁଲ ଚୌକସିଙ୍କ ବିରୋଧରେ ବି କୋର୍ଟ ଏନ୍‌ବିଡବ୍ଲୁ ଜାରି କରିଛନ୍ତି।

ମୋଦି ଏବଂ ତାଙ୍କ ମାମୁ ଚୌକସି ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ୍‌ରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ର ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଏବେ ଜାଣିବାକୁ ମିଳିିଛି।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଏହି ଠକାମୀ ଲୋକଲୋଚନକୁ ଆସିବାରୁ ତଦନ୍ତକାରୀ ଦଳ ମୋଦି ଏବଂ ତାଙ୍କ ମାମୁ ଚୌକସିଙ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ସିବିଆଇ ଏବଂ ପ୍ରବର୍ତ୍ତନ ମନ୍ତ୍ରାଳୟ(ଇଡି) ଆଦି ବିଭିନ୍ନ ତତନ୍ତକାରୀ ସଂସ୍ଥା ତଦନ୍ତ ଆରମ୍ଭ କରି ଇଡି ନୀରବଙ୍କ ବିରୋଧରେ ଅର୍ଥ ଠକେଇ ମାମଲା ରୁଜୁ କରିଥିଲା। ନୀରବଙ୍କର ସୁନା-ଅଳଙ୍କାର ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ମନ୍ତ୍ରାଳୟ ଜବତ କରିଥିବା ବେଳେ ସିବିଆଇ ନୀରବଙ୍କ କମ୍ପାନିର ବରିଷ୍ଠ କର୍ମଚାରୀମାନଙ୍କୁ ପଚରାଉଚରା କରିଛି।

ସମ୍ବନ୍ଧିତ ଖବର