ଜାତିସଂଘ ସୁରକ୍ଷା ପରିଷଦରେ ଚୀନ-ପାକିସ୍ତାନଙ୍କୁ ସମର୍ଥନ କରିପାରେ ଏହି ଦେଶ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଦାବିକୁ ନେଇ ଚୀନ ସମର୍ଥନ କରିଥିବାବେଳେ ଏହାକୁ ଅନ୍ୟ ରାଷ୍ଟ୍ରମାନେ ସମର୍ଥନ କରିବାର ନାମ ହିଁ ନେଉନାହାଁନ୍ତି | ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମୋଟ ୧୫ ସଦସ୍ୟ ଥିବାବେଳେ ୫ ଜଣ ସ୍ଥାୟୀ ଓ ୧୦ ଜଣ ଅସ୍ଥାୟୀ ଭାବେ ରହିଛନ୍ତି ଆମେରିକା, ଋଷ, ଚୀନ, ବ୍ରିଟେନ ଓ ଫ୍ରାନ୍ସ ସ୍ଥାୟୀ ସଦସ୍ୟ ହୋଇଥିବାବେଳେ ବେଲଜିୟମ, ଜର୍ମାନୀ, ଇଣ୍ଡୋନେସିଆ, କୁଏତ, ପେରୁ, ପୋଲାଣ୍ଡ ଓ ସାଉଥ ଆଫ୍ରିକା ସହ ଅନ୍ୟ ତିନିଟି ଦେଶ ସଦସ୍ୟ ରହିଛନ୍ତି |

ସ୍ଥାୟୀ ସଦସ୍ୟ ଚୀନକୁ ଛାଡିଦେଲେ ଫ୍ରାନ୍ସ,ଋଷ, ବ୍ରିଟେନ ଓ ଆମେରିକା ପାକିସ୍ତାନ ସପକ୍ଷରେ ନାହାନ୍ତି | ଏହି ସବୁ ରାଷ୍ଟ୍ରଙ୍କର କହିବା କଥା କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନର ଆଭ୍ୟନ୍ତରୀଣ ମାମଲା | ଦୁଇ ଦେଶ ଏହାକୁ ମିଳିତ ଭାବେ ସମାଧାନ କରିବା ଆବଶ୍ୟକ | କୌଣସି ତୃତୀୟ ପକ୍ଷ ଏଥିରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ନାହିଁ | ସେହିପରି ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ପୋଲାଣ୍ଡକୁ ଛାଡିଦେଲେ ଅନ୍ୟ ଦେଶମାନେ ପାକିସ୍ତାନ ସପକ୍ଷରେ ନଥିବାର ଦେଖିବାକୁ ମିଳିଛି |

ଏଠାରେ ସୂଚନା ଥାଉ କି ପାକିସ୍ତାନର ବିଦେଶ ମନ୍ତ୍ରୀ ସାହା ମହମ୍ମଦ କ୍ୟୁରେସି, କାଶ୍ମୀର ବିଷୟରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଅନ୍ୟପଟେ ପାକିସ୍ତାନର ମିତ୍ର ଚୀନ ଏହି କଥାକୁ ସମର୍ଥନ କରି ଜାତିସଂଘ ସୁରକ୍ଷା ପରିଷଦଙ୍କୁ ବୈଠକ ଡାକିବା ପାଇଁ ଦାବି ଜଣାଇଥିଲେ । ବୈଠକରେ ଚୀନ ଜମ୍ମୁ-କାଶ୍ମୀର ବିଷୟରେ ପାକିସ୍ତାନର ଅଭିଯୋଗ ଶୁଣିବା ପାଇଁ କହିଛି ।

ସମ୍ବନ୍ଧିତ ଖବର