ପୋଲାଭରମ ବିସ୍ଥାପିତଙ୍କ ସମସ୍ୟା ବୁଝିିବେ ଜାତୀୟ ଜନଜାତି କମିସନ

ନୂଆଦିଲ୍ଲୀ : ପୋଲାଭାରମ ପ୍ରକଳ୍ପ ପାଇଁ ବାସ ଓ ଜୀବିକା ହରାଇଥିବା ବିସ୍ଥାପିତଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ଜାତୀୟ ଜନଜାତି କମିସନଙ୍କ ଏକ ଦଳ ଚଳିତ ମାସ ୨୫ରୁ ୨୭ ତାରିଖ ମଧ୍ୟରେ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସୂଚନା ଥାଉ କି, ଆନ୍ଧ୍ରପ୍ରଦେଶ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ୫ହଜାର ଜନଜାତିଙ୍କ ଜୀବିକା ପ୍ରଭାବିତ ହେବ ବୋଲି ଗତ ଜାନୁଆରି ମାସରେ ଜାତୀୟ ଜନଜାତି କମିସନ ଅଧ୍ୟକ୍ଷ ନନ୍ଦ କୁମାର ସାଏଙ୍କ ଓଡ଼ିଶା ଗସ୍ତ ବେଳେ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ କମିସନ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଚିଠି ଲେଖିି ବିସ୍ଥାପିତ ଓ ଜୀବିକା ପ୍ରଭାବିତ ଆଦିବାସୀଙ୍କ ଥଇଥାନ ଓ କ୍ଷତିପୂରଣ ସମ୍ପର୍କରେ ନେଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତତ ବିବରଣୀ ମାଗିଥିଲେ।

ସମ୍ବନ୍ଧିତ ଖବର