ଆନ୍ଧ୍ରର ସଂଶୋଧିତ ପୋଲାଭରମ ଅଟକଳ ପ୍ରସ୍ତାବ

ନୂଆଦିଲ୍ଲୀ : ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ କେନ୍ଦ୍ରକୁ ଆନ୍ଧ୍ରପ୍ରଦେଶ ସରକାର ୫୮,୩୧୯.୦୬ କୋଟି  ଟଙ୍କାର  ସଂଶୋଧିତ  ବ୍ୟୟ  ଅଟକଳ ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ବ୍ୟୟ ଅଟକଳ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗ ଯାଞ୍ଚ କରିବା ପରେ ଏହାକୁ ଆନ୍ଧ୍ର ସରକାରଙ୍କ ପାଖକୁ ପଠାଇ ଦିଆଯାଇଥିବା କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜନ ରାମ ମେଘଓ୍ଵାଲା ଆଜି ରାଜ୍ୟସଭାରେ କହିଛନ୍ତିି। ଆନ୍ଧ୍ରପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପ ପ୍ରାଧିକରଣକୁ ୨୦୧୩-୧୪ ମସିହା ଆର୍ଥିକ ସ୍ତର ଅନୁଯାୟୀ ସଂଶୋଧିତ ବ୍ୟୟ ଅଟକଳ ପ୍ରସ୍ତାବ ଦାଖଲ କରିଥିଲେ। ଉଲ୍ଲେଖଯୋଗ୍ୟ, ପୋଲାଭରମକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯିବା ପରେ ପ୍ରକଳ୍ପର ଜଳସେଚନ କାର୍ଯ୍ୟ ପାଇଁ ଶତ ପ୍ରତିଶତ ଅର୍ଥ ବରାଦ କରାଯିବା ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର