ଫେରନ୍ତା‌ ଜଳ ପ୍ରଭାବ ଅନୁଧ୍ୟାନ ସମ୍ପର୍କ‌ରେ କୌଣସି ଅଧ୍ୟୟନ ହୋଇନି

ପୋଲାଭରମ ପ୍ରକଳ୍ପ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ ପୋଲାଭରମ ପ୍ରକଳ୍ପର ଫେରନ୍ତା ଜଳ ପ୍ରଭାବ ଅନୁଧ୍ୟାନ ସମ୍ପର୍କରେ କୌଣସି ଅଧ୍ୟୟନର ଆବଶ୍ୟକତା ନଥିବ‌ା ଅବଗତ କରାଯାଇଛି। ତେବେ ଏହି ପ୍ରସଙ୍ଗର ଅଧ୍ୟୟନ ପାଇଁ ଭାରତ ସରକାରଙ୍କ ଦ୍ବାରା ସ୍ଥାପନ କରାଯାଇଥିବା କେନ୍ଦ୍ର ଜଳ ଓ ଶକ୍ତି ଗବେଷଣା କେନ୍ଦ୍ର ଦ୍ବାରା କୌଣସି ପ୍ରକାର ଅଧ୍ୟୟନ କରାଯାଇନଥିବା ସୂଚନା ଅଧିକାର ଆଇନ ଅନ୍ତର୍ଗତ ହ‌ାସଲ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।

ପୋଲାଭରମ ପ୍ରକଳ୍ପ ‌ଯୋଗୁଁ ଫେରନ୍ତା ଜଳ ପ୍ରଭାବକୁ ନେଇ କୌଣସି ଅଧ୍ୟୟନ କରାଯାଇଛି କି ନା’ ସେନେଇ ସୁପ୍ରିମକୋର୍ଟର ଆଇନଜୀବୀ ଶ୍ରବଣ କୁମାର ସୂଚନା ଅଧିକାର ଆଇନ ଅନ୍ତର୍ଗତ ତଥ୍ୟ ଲୋଡ଼ିଥିଲେ। ତେବେ କେନ୍ଦ୍ର ଜଳ ଓ ଶକ୍ତି ଗବେଷଣା କେନ୍ଦ୍ର ଦ୍ବାରା କୌଣସି ପ୍ରକାର ଅଧ୍ୟୟନ କରାଯାଇନଥିବା ଉଲ୍ଲେଖ ଅଛି। ପୂର୍ବରୁ ‌େପାଲାଭାରମ ପ୍ରକଳ୍ପ ଯୋଗୁଁ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ଫେରନ୍ତା ଜଳ ପ୍ରଭାବର ସମସ୍ୟା ବୃଦ୍ଧି ହେବା ସମ୍ପର୍କରେ ସୁପ୍ରିମକୋର୍ଟରେ ଓଡ଼ିଶା ଦ୍ବାରା ଅଭିଯୋଗ ହେବାପରେ କୋର୍ଟ ଫେରନ୍ତା ଜଳ ପ୍ରଭାବ ଅନୁଧ୍ୟାନ ପାଇଁ କୌଣସି ଅଧ୍ୟୟନ କର‌ା‌ଯାଇଛି କି ନା’ ଜାଣିବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫେରନ୍ତା ଜଳର ପ୍ରଭାବ ନେଇ ବର୍ତ୍ତମାନ ଓ ଆଗକୁ ‌କୌଣସି ଅଧ୍ୟୟନର ଆବଶ୍ୟକତା ନାହିଁ ବୋଲି କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ଜଣାଇ ଦିଆଯାଇଥିଲା। ତେବେ ଏ ସମ୍ପର୍କିତ ଏକ ତଥ୍ୟକୁ ନଭେମ୍ବର ୧୫ ଶୁଣାଣିରେ ରାଜ୍ୟ ସରକାର, ଛତିଶଗଡ଼ ଓ ‌େତଲେଙ୍ଗାନା ରାଜ୍ୟ ଦ୍ବାରା ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର