ଝାଡ଼ଖଣ୍ଡରୁ ଅଲ୍‌-କାଏଦା ସହ ସମ୍ପୃକ୍ତ ଆତଙ୍କବାଦୀକୁ ଗିରଫ କଲା ପୁଲିସ

ରାଞ୍ଚି: ଝାଡ଼ଖଣ୍ଡ ପୁଲିସର ଆତଙ୍କବାଦୀ-ନିରୋଧୀ ସ୍କ୍ଵାଡ୍‌ ତିନି ବର୍ଷ ଖୋଜାଖୋଜି କରିବା ପରେ ଜାମସେଦପୁରର ଟାଟାନଗର ରେଳବାଇ ଷ୍ଟେସନ୍‌ରୁ ଜଣେ ଅଲ୍‌-କାଏଦା ଚୟନକାରୀକୁ ଗିରଫ କରିଛି। ପୂର୍ବ ଭାରତରେ ସନ୍ତ୍ରାସ କାର୍ଯ୍ୟକଳାପର ନେତୃତ୍ୱ ନେଉଥିବା କଥା କୁହାଯାଉଥିବା ସେ ଆତଙ୍କବାଦୀ ହେଉଛି ମହମ୍ମଦ କଲିମୁଦ୍ଦିନ ମୁଜାହାରି।

ସବୁବେଳେ ସ୍ଥାନ ପରିବର୍ତ୍ତନ କରି ସେ ଗିରଫଦାରି ଏଡ଼ାଇ ଚାଲିଥିଲା। ସେ ନିଜ ଜନ୍ମିତ ସହର ଜାମ୍‌ସେଦପୁରକୁ ଆସୁଥିବାର କଥା ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବା ପରେ ଶନିବାର ଦିନ ପୁଲିସ ତାକୁ ଧରିବାରେ ସଫଳ ହୋଇଛି।

Image Source: Avenue Mail

ଏଟିଏସ୍‌ର ଏଡିଜି (ଅପରେସନ୍‌) ଏମ୍‌ ଏଲ୍‌ ମୀନା କହିଛନ୍ତି: ସେ ହେଉଛି ଝାଡ଼ଖଣ୍ଡରେ ଅଲ୍‌-କାଏଦାର ମୁଖ୍ୟ। ତା’ର ଶୀର୍ଷସ୍ତରୀୟ ଅଲ୍‌-କାଏଦା ନେତାଙ୍କ ସହ ଯୋଗାଯୋଗ ରହିଛି। କଲିମୁଦ୍ଦିନ ତା’ର ଜାମସେଦପୁରସ୍ଥିତ ଘରକୁ ମଦ୍ରାସାରେ ପରିଣତ କରି ସେଠାରେ ଆତଙ୍କବାଦୀ ସଙ୍ଗଠନ ନିମନ୍ତେ ଯୁବକମାନଙ୍କୁ ଚୟନ କରୁଥିଲା। ସେ ଧାର୍ମିକ ପ୍ରବଚନ ଆୟୋଜନ କରି ସେଥିରୁ କେଉଁ ଯୁବକମାନଙ୍କୁ ମୌଳବାଦୀ କରି ହେବ ଚିହ୍ନଟ କରୁଥିଲା। ସେମାନଙ୍କୁ ଦୀକ୍ଷିତ କରିବା ପରେ ତାଲିମ ନିମନ୍ତେ ପାକିସ୍ତାନ ସମେତ ଅନ୍ୟାନ୍ୟ ବିଦେଶୀ କ୍ୟମ୍ପ୍‌କୁ ପଠାଯାଉଥିଲା।

ସମ୍ବନ୍ଧିତ ଖବର