ରୋମ୍‌ ଏୟାର୍‌ପୋର୍ଟରେ ସନ୍ଦେହଜନକ ସୁଟ୍‌କେସ୍‌ ବିସ୍ଫୋରଣ କଲା ପୁଲିସ; ଭିତରୁ ବାହାରିଲା କ’ଣ?

ନୂଆଦିଲ୍ଲୀ: ସୋମବାର ଦିନ ରୋମ୍‌ର ଏକ ବିମାନ ବନ୍ଦର ଲବି ନିକଟରେ ପୁଲିସ ଅଧିକାରୀମାନେ ଗୋଟାଏ ସନ୍ଦେହଜନକ ସୁଟ୍‌କେସ୍‌କୁ ବିସ୍ଫୋରଣ କରି ଫିଟାଇ ପକାଇଲେ। ତା’ ଭିତରେ ବୋମା ଥିଲା ବୋଲି ସନ୍ଦେହ କରାଯାଉଥିଲା। ତେଣୁ ବିମାନ ବନ୍ଦର ଅଧିକାରୀମାନେ ତାହାକୁ ଜବତ କରିଥିଲେ।

ପୁଲିସ ସେଇଟିକୁ ନେଇ ବିମାନ ବନ୍ଦର ମଝିରେ ରଖି ବିସ୍ଫୋରଣ କରାଇଲା। ଯାତ୍ରୀମାନେ ମଧ୍ୟ ବିସ୍ଫୋରଣ ସ୍ଥଳରୁ ମାତ୍ର ୧୦ ମିଟର୍‌ ଦୂରରେ ଥାଇ ସବୁ କଥା ଦେଖୁ ଥିଲେ।

ଏଥି ନିମନ୍ତେ କିଛି ସମୟ ଲାଗି ବିମାନ ବନ୍ଦରରେ ବିମାନ ଉଡ଼ାଣ ଓ ଅବତରଣ ମଧ୍ୟ ବନ୍ଦ ରଖାଯାଇଥିଲା।

ସେତେବେଳେ ବିମାନ ବନ୍ଦର ଭିତରେ ଥିବା ନେଡ୍‌ ଡୋନୋଭାନ୍‌ ନାମ୍ନା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ସମଗ୍ର ଘଟଣାକୁ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ଡକ୍ୟୁମେଣ୍ଟ୍‌ କରି ପକାଇଲେ।

ସେ ଲେଖିଛନ୍ତି: ବୋମା ଭାବି ସେମାନେ ଯାହାକୁ ବିମାନ ବନ୍ଦର ମଝିରେ ଥୋଇ ଏବଂ ଯାତ୍ରୀମାନଙ୍କୁ ୧୦ ମିଟର୍‌ ଦୂରେଇ ଯିବାକୁ କହି ବିସ୍ଫୋରଣ କରି ଫିଟାଇ ପକାଇଲେ, ସେଥିରୁ ଯାହା ଖିନ୍‌ଭିନ୍‌ ହୋଇ ବାହାରି ପଡ଼ିଲା ତାକୁ ପୁଣି ପରିସ୍କାର କରିବାକୁ ପଡ଼ିଲା।

ତାହାକୁ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‍ କରିବା ପରେ ପରେ ଟୁଇଟର୍‌ ବ୍ୟବହାରକାରୀମାନେ ହସରେ ଏମିତି ବେଦମ୍‌ ହୋଇ ଗଲେ ଯେ ପ୍ରତିକ୍ରିୟା ଜଣାଇବାକୁ ସେମାନଙ୍କ ତର ସହିଲା ନାହିଁ।

କିନ୍ତୁ, ସୁଟ୍‌କେସ୍‌ରେ ଥିଲା କ’ଣ?

କେତୋଟି ନଡ଼ିଆ

ସମ୍ବନ୍ଧିତ ଖବର