କୋଲକାତାର ପୁଲିସ କମିସନରଙ୍କ ପତ୍ତା ମିଳୁ ନାହିଁ , ସିବିଆଇ ଦ୍ୱାରା ଗିରଫ ହେବା ଭୟରେ ଲୁଚିଥିବା ଚର୍ଚ୍ଚା !

ନୂଆଦିଲ୍ଲୀ: ରୋଜ୍‌ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମ୍‌ ମାମଲାରେ ସିବିଆଇ କୋଲକାତାର ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚରା ଉଚୁରା କରିବା ପାଇଁ ଖୋଜୁଛି। ଆଧିକାରିକ ସୂଚନା ଅନୁଯାୟୀ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିପାରେ। ସେ ସିବିଆଇ ପକ୍ଷରୁ ଜାରି ହୋଇଥିବା ନୋଟିସର ଉତ୍ତର ଦେଉ ନାହାଁନ୍ତି। ଏଠାରେ ସ୍ମରଣ ଯୋଗ୍ୟ ଯେ, ରାଜୀବ କୁମାର ଚିଟଫଣ୍ଡ ଦୁର୍ନିତୀର ତଦନ୍ତ କରିଥିବା ପୁଲିସର ତଦନ୍ତକାରୀ ଟିମ୍‌ର ନେତୃତ୍ୱ ନେଇଥିଲେ ରାଜୀବ କୁମାର ପଶ୍ଚିମବଙ୍ଗ କ୍ୟାଡରର ୧୮୯୯ ବ୍ୟାଚର ଆଇପି ଏସ ଅଫିସର। ସେ ସିବିଆଇ ଦ୍ୱାରା ଗିରଫ ହେବା ଭୟରେ ଲୁଚିଥିବା ଚର୍ଚ୍ଚା ହେଉଛି।

ବିଶେଷ କରି ବଙ୍ଗୀୟ ଫିଲ୍ମ ନିର୍ମାତା ଶ୍ରୀକାନ୍ତ ମେହେଟ୍ଟା ଗିରଫ ହେବାପରେ ତାଙ୍କୁ ଏହି ଡ଼ର ଘାରିଛି। ୨୦୧୬ରେ ସେ କୋଲକାତାର ପୁଲିସ କମିଶନର ନିଯୁକ୍ତ ହୋଇଥିଲେ। ରୋଜ୍‌ଭ୍ୟାଲି ଦୁର୍ନୀତି ୧୫ ହଜାର କୋଟି ଟଙ୍କା ଓ ସାରଦା ସ୍କାମରେ ୨୫୦୦ କୋଟି ଟଙ୍କାର। ଉଭୟ ମାମଲାରେ ଅଭିଯୁକ୍ତମାନେ କ୍ଷମତାସୀନ ତୃଣମୂଳ କଂଗ୍ରେସର ପ୍ରଭାବଶାଳୀ ବ୍ୟକ୍ତି ବୋଲି ଜଣାଯାଇଛି। ରାଜୀବ କୁମାର ଶୁକ୍ରବାର ଦିନ ଶେଷ ଥର ପାଇଁ ଅଫିସ ଆସିଥିଲେ, ହେଲେ ତା’ପରେ ତାଙ୍କର ପତ୍ତା ମିଳୁ ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର