ଜଗନ୍ନାଥ ମନ୍ଦିରରେ ପୁଲିସ ଜୋତା ଓ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ ମାମଲା : ଜଗନ୍ନାଥ ସେନା ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌

ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ : ଗତ ଅକ୍ଟୋବର ୩ ତାରିଖରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁଲିସ ଜୋତା ଓ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିବା ମାମଲାର ସିବିଆଇ ତଦନ୍ତ ଦାବି କରି ଆଜି ଜଗନ୍ନାଥ ସେନା ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ ହୋଇଛି। ଜଗନ୍ନାଥ ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ ‌େହାଇଛି। ସିବିଆଇକୁ ସେଦିନର ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ପିଟିସନ୍‌ରେ ଦର୍ଶାଯାଇଛି। ପୁରୀ ବନ୍ଦ ବେ‌େଳ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ଦ୍ବାରା ଅଭିଯୋଗକାରୀଙ୍କ ସମେତ ଅନ୍ୟ ପୁରୀ ବାସୀଙ୍କ ନାମରେ ରୁଜୁ କରାଯାଇଥିବା ଏଫ୍‌ଆଇଆର ଗୁଡ଼ିକୁ ଖାରଜ କରିବାପାଇଁ ସୁପ୍ରିମ‌େକାର୍ଟଙ୍କ ଦ୍ବାରା ନିର୍ଦ୍ଦେଶ ଦିଆଯାଉ ବୋଲି ପିଟିସନ୍‌ରେ ଦର୍ଶାଯାଇଛି। ‌ଜଗନ୍ନାଥ ମନ୍ଦିର ମାମଲାରେ ଉପଯୁକ୍ତ ଆଦେଶ ଅ‌ାଣିବାପାଇଁ ପୁରୀ ସାଂସଦ ପିନାକୀ ମିଶ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ବିଭିନ୍ନ ସେବକ ମାନଙ୍କଠାରୁ ୨୫ରୁ ୩୦ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ନେଇ ସେବକ ସୋମନାଥ ଖୁଣ୍ଟିଆ ସତ୍ୟପାଠ ଜରିଆରେ ପ୍ରକାଶ କରିଛନ୍ତି ଏବଂ ଏହାକୁ ମଧ୍ୟ ପିଟିସନ୍‌ରେ ସଂଲଗ୍ନ କରାଯାଇଛି। ଏହି ପ୍ରସଙ୍ଗର ସିବିଆଇ ତଦନ୍ତ ସହ ମୃଣାଳିନୀ ପାଢ଼ିଙ୍କୁ ମନ୍ଦିର ପ୍ରଶାସନ ଦ୍ବାରା ପ୍ଲଟ୍‌ ଆବଣ୍ଟନ କରାଯାଇଥିବା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ‌ଦେବାପାଇଁ ଆବେଦନକାରୀ ପିଟିସନ୍‌ରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର