ମହିଳାଙ୍କୁ ଜିପ୍‌ରେ ବାନ୍ଧି ବୁଲାଇଲେ

ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାରେ ପୁଲିସ ଏକ ଅମାନବୀୟ କାଣ୍ଡ ଘଟାଇଛି। ଜଣେ ମହିଳାଙ୍କୁ ଜିପ୍‌ ଉପରେ ବନ୍ଧାଯାଇ ସହର ସାରା ବୁଲାଯାଇଛି। ଅମୃତସରର ଚାବିନ୍ଦା ଦେବୀ ଅଞ୍ଚଳରେ ଉକ୍ତ ମହିଳାଙ୍କ ଶ୍ବଶୁରଙ୍କୁ କୌଣସି ଏକ ସମ୍ପତ୍ତି ବିବାଦରେ ପଚରାଉଚୁରା ପାଇଁ ପୁଲିସ ଯାଇଥିଲା। କିନ୍ତୁ ମହିଳାଙ୍କ ଶ୍ବଶୁର ଏହି ସମୟରେ ଘରେ ନଥିବାରୁ ପୁଲିସ ତାଙ୍କ ସ୍ବାମୀଙ୍କୁ ଥାନାକୁ ନେବା ପାଇଁ ଚାହିଥିଲା। ହେଲେ ମହିଳା ଜଣଙ୍କ ଏଥିରେ ବିରୋଧ କରିବାରୁ ପୁଲିସ ତାଙ୍କୁ ଦଣ୍ଡ ସ୍ବରୂପ ଜିପ୍‌ ଉପରେ ବାନ୍ଧି ସହର ସାରା ବୁଲାଇଥିଲେ। ପରେ ମହିଳା ଜଣଙ୍କ ଜିପ୍‌ ଉପରୁ ଖସିପଡ଼ିବାରୁ ତାଙ୍କ ମୁଣ୍ଡ‌େର ଗୁରୁତର ଆଘାତ ଲାଗିଛି।

ସମ୍ବନ୍ଧିତ ଖବର