ଶ୍ରୀନଗର: ଅନନ୍ତନାଗ ଜିଲ୍ଲାରେ ଏକ ପୁଲିସ ପାର୍ଟି ଉପରକୁ ଆକ୍ରମଣ କରାଯିବା ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଶୁକ୍ରବାର ରାତିରେ ଅନନ୍ତନାଗର ଅଚାବଲରେ ଘଟନାଟି ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଳି ବିନିମୟ ସମୟରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସ ଗୋଟାଏ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବା ଚକ୍ରାନ୍ତ ପଣ୍ଡକରିବା ସମୟରେ ସେ କର୍ମଚାରୀଜଣକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲେ ବି ନିୟନ୍ତ୍ରଣରେ ରହିଛି।
ନିହତ ଆତଙ୍କବାଦୀଜଣକ ଆତଙ୍କବାଦୀ ସଂଗଠନ ଲସ୍କର୍-ଏ-ତୈବାର ସଦସ୍ୟ ବୋଲି ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ସେ ନିରାପତ୍ତା ବଳ ଓ ସାଧାରଣ ନାଗରିକଙ୍କ ଅଞ୍ଚଳରେ ଆକ୍ରମଣ କରାଉଥିଲା।
ସେ ଅଞ୍ଚଳରେ ରହିଯାଇଥିବା ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବାକୁ ସର୍ଚ ଅପରେସନ୍ ଆରମ୍ଭ ହୋଇଛି।