ଜମ୍ମୁ ଓ କଶ୍ମୀର: ବଟମାଲୁ ଠାରେ ଏନ୍‌କାଉଣ୍ଟର୍‌ ବେଳେ ଜଣେ ପୁଲିସ ସହିଦ

ନୂଆଦିଲ୍ଲୀ: ବଟମାଲୁ ନିକଟରେ ରବିବାର ଦିନ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ସ୍ପେସାଲ୍‌ ଅପରୋସନ୍‌ ଗ୍ରୁପ୍‌ର ଜଣେ ପୁଲିସବାଲା ସହିଦ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସର ଅନ୍ୟ ଜଣେ ଏବଂ ଦୁଇ ଜଣ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି।

ଜମ୍ମୁ ଓ କଶ୍ମୀର ଡିଜିପି ଏସ୍‌ପି ବୈଦ କହିଛନ୍ତି: ଏକ ଆଡ୍ଡାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବାର ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଶ୍ରୀନଗର ଅନ୍ତର୍ଗତ ବଟମାଲୁ ଠାରେ ଅପରେସନ୍‌ ଆରମ୍ଭ ହେବାରୁ ଗୁଳି ବିନିମୟ ଘଟିଥିଲା। ଜଣ ଏସ୍‌ଓଜି ବୟ ସହିଦ ହେବା ସହ ଜଣେ ଜେକେପି ଏବଂ ଦୁଇ ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି। ଅଭିଯାନା ଜାରି ରହିଛି।

ସହରର ବଟମାଲୁ ଅନ୍ତର୍ଗତ ଦିୟାଓ୍ଵାନି ଠାରେ ଆତଙ୍କବାଦୀମାନେ ଉପସ୍ଥିତ ଅଛନ୍ତି ବୋଲି ପକ୍କା ସୂଚନା ମିଳିବା ପରେ ନିରାପତ୍ତା ବଳ ରବିବାର ପ୍ରତ୍ୟୁଷରେ ସେ ଅଞ୍ଚଳରେ ସର୍ଚ ଆଣ୍ଡ୍‌ କର୍ଡନ୍‌ ଅଭିଯାନ ଆରମ୍ଭ କରିଥିଲା। ସାବଧାନତା ପଦକ୍ଷେପ ସ୍ୱରୂପ ଏବେ ସହରରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇବାରୁ ଅଭିଯାନ ଏନ୍‌କାଉଣ୍ଟର୍‌ ପାଲଟି ଗଲା।
ଗୁଳି ବିନିମୟ ଚାଲିଛି ବୋଲି ଅଧିକାରୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର