ଲୋକଙ୍କୁ ଜାଗ୍ରତ କରିବାକୁ ଗୀତ ଗାଇଲେ ପୁଲିସ ବାବୁ

ହାଇଦ୍ରାବାଦ: ତେଲେଙ୍ଗାନା ଟ୍ରାଫିକ ପୁଲିସର ଜଣେ ଅଧିକାରୀ ଲୋକଙ୍କୁ ସଚେତନ କରିବାକୁ ଏକ ଭିନ୍ନ ପ୍ରୟାସ କରୁଛନ୍ତି | ସୋସିଆଲ ମିଡ଼ିଆର ସବୁ ପ୍ଲାଟଫର୍ମରେ ନିଜେ ଗୀତ ଗାଇ ଅପଲୋଡ଼ କରୁଛନ୍ତି | ସାଧାରଣ ଲୋକଙ୍କୁ ଅପରାଧ ବିଷୟରେ ସୂଚନା ଦେବା ସହ କିଭଳି ସେମାନେ ଜାଗ୍ରତ ରହିପାରିବେ ସେ ନେଇ ଗୀତ ଗାଉଛନ୍ତି | ଏହି ଅଧିକାରୀଙ୍କ ନାମ ହେଉଛି ଏ ନାଗମୁଲଲୁ |

ବର୍ତ୍ତମାନ ହାଇଦ୍ରାବାଦ ପୁଲିସରେ କାମ କରୁଥିବା ନାଗମୁଲଲୁ ୨୦୧୨ ମସିହାରେ ଏହି ପ୍ରୟାସ ଆରମ୍ଭ କରିଥିଲେ | ନାଗମୁଲଲୁ କୁହନ୍ତି ଯେ ଏବେ ନିଜ ରାଜ୍ୟର ଲୋକଙ୍କ ପାଇଁ ସେ ଏହି ଅଭିଯାନ କରୁଛନ୍ତି | ଏ ଯାଏଁ ୨୦ରୁ ଅଧିକ ଗୀତ ଗାଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିସାରିଲେଣି |

PHOTO-ANI

ଏହି ପୁଲିସ ବାବୁ ପୁଲିସ ବାବୁଙ୍କ କହିବା ମୁତାବକ ଆଜିର ପିଢ଼ି ମନୋରଞ୍ଜନ ଦ୍ୱାରା ପ୍ରଭାବିତ ହେଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ସେ ଏହି ମାଧ୍ୟମକୁ ବାଛିଛନ୍ତି | ବଡ କଥା ଲୋକଙ୍କ ମଧ୍ୟରେ ନାଗମୁଲଲୁଙ୍କର ଏହି ପ୍ରୟାସ ପ୍ରଭାବ ପକାଇଛି | ଦର୍ଶକ ତାଙ୍କର ଭିଡିଓକୁ ଦେଖିବା ସହ ସୋସିଆଲ ମିଡିଆରେ ବହୁ ମାତ୍ରାରେ ସେୟାର କରୁଛନ୍ତି |

ସମ୍ବନ୍ଧିତ ଖବର