ଚର୍ଚ୍ଚାରେ କନେଷ୍ଟବଳଙ୍କ ଆବେଦନ ପତ୍ର! ‘ସାର୍‌!୧୦ଦିନ ଛୁଟି ଦିଅନ୍ତୁ, ନ ହେଲେ ସ୍ତ୍ରୀ ମତେ ଛାଡ଼ି ପଳାଇବ,ଜାଣନ୍ତୁ କ’ଣ ଜବାବ ରଖିଲେ ବରିଷ୍ଠ ଅଧିକାରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜଣେ କନେଷ୍ଟବଳ ଛୁଟି ପାଇଁ କରିଥିବା ଅବେଦନ ପତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପତ୍ରଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କନେଷ୍ଟବଳ ଜଣଙ୍କ ଏଥିରେ ଲେଖିଥିବା କଥା କୌତୁହଳ ସୃଷ୍ଟି କରିଛି। । ଲକ୍ଷ୍ନୌ ପୁଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଧର୍ମେନ୍ଦ୍ର ସିଂଙ୍କ କହିବା ଅନୁଯାୟୀ ତାଙ୍କୁ ଦୀର୍ଘ ୪ ମାସ ହେଲା ଛୁଟି ମିଳି ନାହିଁ । ଯେଉଁଥି ପାଇଁ ସ୍ତ୍ରୀ ରାଗରେ ତାଙ୍କୁ ଛାଡ଼ି ଚାଲିଯିବା ପାଇଁ ଧମକ ଦେଇଛନ୍ତି । ସେଥିପାଇଁ ତାଙ୍କୁ ୧୦ ଦିନର ଛୁଟି ନିହାତି ଦରାକର ବୋଲି ଚିଠି ଲେଖି ସେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି ।

The Indian Express

ଅବେଦନ ପତ୍ରରେ ଧର୍ମେନ୍ଦ୍ର ଲେଖିଛନ୍ତି କି,”୪ମାସ ଧରି ମୁଁ ଲଗାତାର କାମ କରି ଆସୁଛି । ଗୋଟେ ଦିନ ବି ଛୁଟି ନେଇ ନାହିଁ । ଯଦି ଏ ମାସରେ ମୋତେ ଛୁଟି ନ ମିଳେ ତା’ହେଲେ ମୋ ସ୍ତ୍ରୀ ମୋତେ ଛାଡ଼ି ଚାଲିଯିବ ।  ମୁଁ ୧୦ ଦିନର ଛୁଟି ନେଇ ଘରକୁ ଆସେ ବୋଲି ମୋ ସ୍ତ୍ରୀ ଚାହୁଁଛନ୍ତି । ଯଦି ଏହା ଠାରୁ କମ୍‌ ଦିନ ଛୁଟି ନିଏ ତେବେ ଘରକୁ ନ ଆସିବା ପାଇଁ କହିଛନ୍ତି । କାମ କରି କରି ଥକି ଗଲାଣି । ମୋତେ ୧୦ ଦିନର ଛୁଟି ଦିଅନ୍ତୁ।” ଏହି ପତ୍ର ପାଇବା ପରେ ବରିଷ୍ଠ ଅଧିକାରୀଜଣକ କନେଷ୍ଟବଳଙ୍କ ଦୁଃଖ ବୁଝିବା ସହ ୧୦ ଦିନର ଛୁଟିକୁ ମଞ୍ଜୁରୀ ଦେଇଥିଲେ । ଏହି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଅନେକ ପୁଲିସ କର୍ମଚାରୀ ଏଭଳି ଆବେଦନ କରି ସାରିଛନ୍ତି ।

ସମ୍ବନ୍ଧିତ ଖବର