ଭିସା ପାଇଁ ଥାଇଲଣ୍ଡରେ ଫସିବା ପରେ ଝିଅ ଠାରୁ ଅଲଗା ହୋଇଥିବା ବିଦେଶୀ ମହିଳା ଟୁଇଟ୍‌ କରି ସୁଷମା ସ୍ୱରାଜଙ୍କୁ ସାହାଯ୍ୟ ମାଗିଲେ

ନୂଆଦିଲ୍ଲୀ : ଏକ ଭୁଲ ବୁଝାମଣା ପାଇଁ ପୋଲାଣ୍ଡର ଜଣେ ମହିଳା ଥାଇଲାଣ୍ଡରେ ଫସି ରହିଥିବା ଜଣାପଡ଼ିଛି । ଫଳରେ ସେ ଗୋଆରେ ରହୁଥିବା ନିଜର ୧୧ବର୍ଷ ଝିଅ ସହ ଦେଖା କରିବାରେ ବିଫଳ ହୋଇଛନ୍ତି । ଝିଅକୁ ଭେଟିବା ଲାଗି ଭାରତ ଫେରିବା ପାଇଁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟୁଇଟ୍‌ କରି ଭିସା ପାଇଁ ସାହାଯ୍ୟ ମାଗିଥିବା ଦେଖା ଯାଇଛି ।

ସୂଚନା ମୁତାବକ, ପୋଲାଣ୍ଡର ଏହି  ମହିଳା ମାର୍‌ତା ଏକ ଫଟୋଗ୍ରାଫି ପ୍ରୋଜେକ୍ଟ ପାଇଁ ନିଜ ୧୧ବର୍ଷୀୟ ଝିଅକୁ ନେଇ ସେପ୍ଟେମ୍ବର ୨୦୧୮ରେ ଭାରତ ଆସିଥିଲେ । ୧୮୦ ଦିନ ପାଇଁ ଭାରତ ଆସିଥିବା ବେଳେ କୌଣସି କାରଣ ପାଇଁ ତାଙ୍କୁ ଅଧିକ ଦିନ ରହିବାକୁ ପଡ଼ିଥିଲା । ଭିସାର ସମୟସୀମା ସରୁଥିବା ବେଳେ ଏହାର ନବୀକାରଣ କରିବା ପାଇଁ ନିଜ ଝିଅକୁ ଗୋଆରେ ରହୁଥିବା ସାଙ୍ଗର ମାତା-ପିତାଙ୍କ ପାଖରେ ଛାଡ଼ି ଶ୍ରୀଲଙ୍କା ଯାଇଥିଲେ ମାର୍‌ତା । କିନ୍ତୁ ଶ୍ରୀଲଙ୍କାରୁ ଗୋଆ ଫେରୁଥିବା ସମୟରେ ତାଙ୍କୁ ବିଦେଶୀ କ୍ଷେତ୍ରୀୟ ପଞ୍ଜିକରଣ ଅଫିସରମାନେ ଉତ୍ତରାଖଣ୍ଡର ଚମୋଲିରେ ଅଟକାଇଥିଲେ । ଏକ ଭୁଲ ବୁଝାବଣା ପାଇଁ ମାର୍‌ତା ସମୟସୀମାଠାରୁ ଅଧିକ ରହିଥିବା କହି ତାଙ୍କୁ ଭାରତରୁ ଯିବା ପାଇଁ କହିଥିଲେ । ଯାହା ପରେ ମାର୍‌ତାଙ୍କୁ ବାଧ୍ୟ ହୋଇ ଥାଇଲାଣ୍ଡ ଯିବାକୁ ପଡ଼ିଥିଲା । ଏବେ ସେ ଥାଇଲାଣ୍ଡରେ ଥିବା ବେଳେ ଭିସା ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ସୁଷମା ସ୍ୱରାଜଙ୍କୁ ଟୁଇଟ୍‌ କରି ସାହାଯ୍ୟ ମାଗିଛନ୍ତି ।

ସମ୍ବନ୍ଧିତ ଖବର