ଇଂଜିନ ବିହୀନ ରେଳଗାଡ଼ିିରେ ଚଢିଛନ୍ତି ବିରୋଧୀ ଦଳ, କାର୍ଟୁନକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଓଡିଶାରେ ନିକଟରେ ହୋଇଥିବା ବିନା ଇଂଜିନରେ ରେଳଗାଡ଼ି ୧୩ କିଲୋମିଟର ଯିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛିି । ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣାକୁ ଅତି ଗୁରୁତର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କ଼ଡି କରାଯାଉଛି । କେତେକ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ନିଳମ୍ବିତ କରାଯାଇଛି । ତଥାପି ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁ ନାହିଁ ।

ଏହି ଘଟଣାକୁ ନେଇ ଜାତୀୟସ୍ତରର ଖବରକାଗଜ ମେଲ୍‌ ଟୁଡେ ପକ୍ଷରୁ ଏକ ରାଜନୈତିକ କାର୍ଟୁନ ପ୍ରକାଶ କରାଯାଇଛି । ଏଥିରେ ମୋଦିଙ୍କ ବିରୋଧରେ ଏକାଠି ହେଉଥିବା ବିରୋଧୀ ଦଳମାନଙ୍କୁ ଏହି ଇଂଜିନ ବିହୀନ ରେଳଗାଡ଼ିରେ ଚଢିଥିବା ଦର୍ଶାଯାଇଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ମମତା ବାନାର୍ଜି, ନିକଟରେ ଏନଡିଏ ଛାଡିଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ, ବିଏସପି ନେତ୍ରୀ ମାୟାବତୀ, ସପା ନେତା ଅଖିଳେଶ ଯାଦବ, ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିଓ୍ଵାଲ ପ୍ରମୁଖ ଚଢିଥିବା ଦର୍ଶାଯାଇଛି ।

ଏହି ନେତାମାନଙ୍କର ଲକ୍ଷ୍ୟ ହେଉଛି ୨୦୧୯ ନିର୍ବାଚନ ଜିତିବା ଓ ମୋଦିଙ୍କ ବିରୋଧ କରିବା । ପରସ୍ପରର ନୀତି ଆଦର୍ଶ ଅଲଗା ଅଲଗା ହୋଇଥିଲେ ମଧ୍ୟ କେବଳ ରାଜନୈତିକ ସ୍ୱାର୍ଥ ହାସଲ ଓ ମୋଦିଙ୍କୁ ବିରୋଧ କରିବା ଲକ୍ଷ୍ୟରେ ଏମାନେ ଏକାଠି ହୋଇଛନ୍ତି । କିନ୍ତୁ ଇଂଜିନ ବିହୀନ ରେଳରେ ଯାତ୍ରା ପରି ଏମାନଙ୍କ ଯାତ୍ରା ମଧ୍ୟ ଲକ୍ଷ୍ୟହୀନ ବୋଲି ଏହି କାର୍ଟୁନରେ ଦର୍ଶାଯାଇଛି । ଏଥିପାଇଁ ଚିତ୍ରରେ ଥିବା ଜନସାଧାରଣ ମୁଣ୍ଡରେ ହାତ ଦେଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର