ପଶ୍ଚିମବଙ୍ଗ ରାୟଗଞ୍ଜରେ ମତଦାନ ସମୟରେ ହିଂସା: ସିପିଏମ୍ ନେତା ମହମ୍ମଦ ସଲିମଙ୍କ ଗାଡି ଉପରେ ଆକ୍ରମଣ, ବୁଥ ଦଖଲ ଅଭିଯୋଗ

କୋଲକାତା :  ଲୋକସଭା ନିର୍ବାଚନ ପାଇଁ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୫ ଆସନରେ ମତଦାନ ଜାରି ରହିଛି । ପଶ୍ଚିମବଙ୍ଗର ତିନି ଲୋକସଭା ଆସନ (ଜଲପାଇଗୁଡି,ଦାର୍ଜିଲିଙ୍ଗ,ରାୟଜଙ୍ଗ୍)ରେ ଆଜି ଭୋଟ୍ ଥିବା ବେଳେ ଏହି ସମୟରେ ହିଂସା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, କିଛି ଲୋକ ସଂଘବଦ୍ଧ ଭାବେ ରାୟଗଞ୍ଜର ଇସଲାମପୁରରେ ସିପିଏମ୍ ନେତା ମହମ୍ମଦ ସଲିମଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ। ତେବେ ସଲିମଙ୍କର  କୌଣସି ପ୍ରକାର କ୍ଷତି  ହୋଇ ନଥିବା  କୁହାଯାଇଛି । ଏହା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଭିଡକୁ ନିୟନ୍ତ୍ରିତ କରିବା ପାଇଁ ପୁଳିସ ତରଫରୁ  ଲୁହବୁହା ଗ୍ୟାସର ବ୍ୟବହାର କରାଯାଇଥିଲା । ଏହି  ଆକ୍ରମଣରେ ଟିଏମସି କାର୍ଯ୍ୟକର୍ତ୍ତା ଜଡ଼ିତ ବୋଲି ଅଭିଯୋଗ ହୋଇଛି।

କୁହାଯାଉଛି କି ହିଂସା କାଣ୍ଡରେ ଜଡ଼ିତ ଲୋକମାନେ ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବାପାଇଁ ବାରଣ କରିଥିଲେ । ଏହା ପରେ ଜାତୀୟ ରାଜପଥ ୩୪ କୁ ମଧ୍ୟ ଅବରୋଧ  କରିଥିଲେ । ପଶ୍ଚିମବଙ୍ଗର  ଇସଲାମପୁର ନର୍ଥ ଦିନାଜପୁରର ଛୋପରାରେ ଏହି ଘଟଣା ଘଟିଛି । ହିଂସା କାରଣରୁ ସ୍ଥାନୀୟ ଲୋକମାନେ ଭୋଟ୍ ଦେବା ପାଇଁ ଡରୁଥିବା ନଜର ଆସିଥିଲେ । ଏହାପରେ ପୁଲିସ୍ ଭୋଟରଙ୍କୁ ବୁଝାଇବା ସହ ସୁରକ୍ଷା ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପରେ ସେମାନେ ଆସିଥିଲେ  । ଏହି ପୂରା ଘଟଣାରେ ପଶ୍ଚିମବଙ୍ଗର ନିର୍ବାଚନ ଅଧିକାରୀ  ଜିଲ୍ଲା ପ୍ରଶାସନକୁ ଏ ନେଇ ରିପୋର୍ଟ ମାଗିଛି । ପଶ୍ଚିମବଙ୍ଗର ବିିଜେପି ମହାସଚିବ ଏବଂ ରାୟଗଞ୍ଜ ପ୍ରାର୍ଥୀ  ପ୍ରତ୍ୟାଶୀ ଦେବଶ୍ରୀ କହିଛନ୍ତି ଯେ ରାୟଗଞ୍ଜର କୋରୋନେଶନ୍ ହାଇସ୍କୁଲରେ ଟିଏମସିର କାର୍ଯ୍ୟକର୍ତ୍ତା ବୁଥ୍ ଦଖଲ କରିବା ପାଇଁ ଚେଷ୍ଟା କରିଥିଲେ ।

ସମ୍ବନ୍ଧିତ ଖବର