ବାୟୁ ପ୍ରଦୂଷଣ ମହଙ୍ଗା ପଡ଼ିଲା: ଦିଲ୍ଲୀ ସରକାରଙ୍କ ଉପରେ ୨୫ କୋଟିର ଜରିମାନା ଲଗାଇଲେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଦିଲ୍ଲୀ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଦିଲ୍ଲୀ ରାଜ୍ୟ ସରକାରଙ୍କ ଉପରେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ଆଜି ନିଜର ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଥିପାଇଁ ଦିଲ୍ଲୀ ସରକାରଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ଜରିମାନା ବାବଦରେ ଆଦାୟ ହେବାକୁ ଥିବା ଏହି ରାଶି କର୍ମଚାରୀଙ୍କ ବେତନରୁ ଭରଣା କରାଯିବ। ଆଉ ଏହି ଜରିମାନା ଭରଣା କରିବାରେ ଦିଲ୍ଲୀ ସରକାର ଯଦି ବିଫଳ ହୁଅନ୍ତି, ତେବେ ତାଙ୍କ ଠାରୁ ପ୍ରତି ମାସରେ ୧୦ କୋଟିର ଜରିମାନା କରାଯିବ ବୋଲି ଏନ୍‌ଜିଟି ଆଜି ସ୍ପଷ୍ଟ କରି ଦେଇଛନ୍ତି।

ରାଜଧାନୀ ନୂଆଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳ ଗୁରୁଗ୍ରାମ, ନୋଇଡ଼ା, ଫରିଦାବାଦ ଏବଂ ଗାଜିଆବାଦ ପ୍ରଭୃତି ଅଞ୍ଚଳର ବାସିନ୍ଦାମାନେ ବିଷାକ୍ତ ବାୟୁ ଗ୍ରହଣ କରି ଅସୁସ୍ଥ ହୋଇ ପଡ଼ିଛନ୍ତି। ଏସବୁ ଅଞ୍ଚଳର ବାୟୁ ଏତେ ପ୍ରଦୂଷିତ ଓ ବିଷାକ୍ତ ହୋଇପଡ଼ିଛି ତାହାକୁ ନିଃଶ୍ୱାସରେ ଗ୍ରହଣ କରିବା ଲୋକମାନଙ୍କ ପକ୍ଷରେ ବିପଦଯୁକ୍ତ ହୋଇପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଃଶ୍ୱାସ ଗ୍ରହଣ ପାଇଁ ଶୁଦ୍ଧ ବାୟୁର ଯେଉଁ ମାନ ନିର୍ଦ୍ଧାରଣ କରିଛି ତାହା ଏଠାରେ ଲୋକମାନଙ୍କୁ ଉପଲବ୍ଧ ହେଉନାହିଁ। ଅନ୍ୟପକ୍ଷରେ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ସହ ଶୁଦ୍ଧ ବାୟୁ ଯୋଗାଇବାରେ ଦିଲ୍ଲୀ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଇ ଏନ୍‌ଜିଟି ଦିଲ୍ଲୀ ସରକାରଙ୍କ ଉପରେ ଏହି ଜରିମାନା ଲଗାଇଛନ୍ତି।

ସମ୍ବନ୍ଧିତ ଖବର