ଜୟପୁର: ପଲିଥିନର ବ୍ୟବହାର ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ସାଜିଛି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସୂଚନା ମୁତାବକ, ଏଣିକି ପଲିଥିନ ମିଳିବା ମାତ୍ରେ ଲୋକଙ୍କୁ ୧୦ ଗୁଣା ଜରିମାନା ଦେବାକୁ ପଡ଼ିବ । ତେବେ ଏହି ନିୟମ କାର୍ଯ୍ୟକାରୀ ହୋଇଛି ରାଜସ୍ଥାନରେ । ଏଠାକାର ପ୍ରଶାସନ ଏନେଇ ରାଜସ୍ଥାନ ନଗରପାଳିକା ଆକ୍ଟ ସଂଶୋଧନର ସ୍ୱୀକୃତି ପ୍ରସ୍ତାବ ସ୍ୱାୟତ୍ତ ଶାସନ ମନ୍ତ୍ରୀଙ୍କୁ ପଠାଇଛନ୍ତି । ଯାହାଦ୍ୱାରା ପଲିଥିନ ମିଳିବା ମାତ୍ରକେ ଉକ୍ତ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ନିକଟରୁ ସର୍ବନିମ୍ନ ୧୦୦ ଟଙ୍କାରୁ ୧୦୦୦ ଟଙ୍କା ଏବଂ ସର୍ବାଧିକ ୧୦୦୦୦ଟଙ୍କା ଜରିମାନା ଆଦାୟ କରାଯିବ। ଏହା ବ୍ୟତୀତ ଯେଉଁଠାରେ ପଲିଥିନ ମିଳିବ ସେହି ସମ୍ପତ୍ତିକୁ ସିଲ କରି ଦିଆଯିବ ଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି ।
/sambad/media/post_attachments/wp-content/uploads/2018/05/POLYTHENE-021-300x197.jpg)
ସେହପରି ଜୟପୁରରେ ମଧ୍ୟ କଡ଼ା ନିୟମ କରାଯାଇଛି । ପଲିଥିନ ମିଳିବାରୁ ନଗରପାଳିକା ବେପାରୀମାନଙ୍କ ଠାରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି । ଯଦିଓ ଏତେ ଟଙ୍କା ନେବା ପାଇଁ ଆଇନ ନାହିଁ, କିନ୍ତୁ ବେପାରୀଙ୍କୁ ଡରାଇ ଟଙ୍କା ଆଦାୟ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/133-1446535062_835x547.jpg)