୨୦୨୧ ଜନଗଣନା ଓବିସି ଡାଟା ପୃଥକ୍‌ ସଂଗ୍ରହ ହେବ

ନୂଆଦିଲ୍ଲୀ:  ୨୦୨୧ ଜନଗଣନାରେ ପ୍ରଥମ ଥର ପାଇଁ ପୃଥକ୍‌ ଭାବେ ଓବିସି ଡାଟା ସଂଗ୍ରହ କରାଯିବ ବୋଲି ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି।  ଏହା ସହିତ ୨୦୨୧ ଜନଗଣନାର ସବିଶେଷ ତଥ୍ୟା ପ୍ରକାଶ ପ୍ରକ୍ରିୟା ୩ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।  ପୂର୍ବରୁ ସଂପୂର୍ଣ୍ଣ ଜନସଂଖ୍ୟା ରିପୋର୍ଟ ଜାରି କରିବା ପାଇଁ ୫ ବର୍ଷ ସମୟ ନିଆଯାଉଥିବା ବେଳେ ଏହାକୁ ଏବେ ୩ ବର୍ଷ କରାଯାଇଛି। ଅନ୍ୟ ପଛୁଆ ବର୍ଗର ଜନସଂଖ୍ୟା ରିପୋର୍ଟ ଜାରି କରିବାକୁ  ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ବେଳେ ଦଳିତ ନେତାମାନେ ଏହା ସପକ୍ଷରେ ଜୋର୍‌ଦାର ଯୁକ୍ତି କରିଥିଲେ। ଏଭଳି ସ୍ଥିତିରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଏ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ୨୦୧୯ ନିର୍ବାଚନରେ ଓବିସି ଭୋଟର୍‌ଙ୍କ ସମର୍ଥନ ହାସଲ କ୍ଷେତ୍ରରେ ମଧ୍ୟ ଏହା ଏନ୍‌୍‌ଡିଏ ପାଇଁ ସହାୟକ ହେବ ବୋଲି  ଆଲୋଚନା ହେଉଛି। ୨୦୨୧ ଜନଗଣନାର ସଂପୂର୍ଣ୍ଣ ତଥ୍ୟ ୨୦୨୪ରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର