କର୍ଣ୍ଣାଟକ : ବିଜେପିର ହ୍ଵାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଭିଡିଓକୁ ନେଇ ହଇଚଇ

ବାଙ୍ଗାଲୁରୁ : କର୍ଣ୍ଣାଟକର ବିଜେପି ଦଳରେ ଏକ ଅଜବ ଘଟଣା ଘଟିଛି । ରାଜ୍ୟର ଉତ୍ତର କନ୍ନଡ କୁମତା ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ନେତାମାନଙ୍କୁ ନେଇ ଗଠିତ ଏକ ହ୍ଵାଟ୍ସଆପ ଗ୍ରୁପରେ କେହି ଜଣେ ଏକ ଅଶ୍ଳୀଳ ଭିଡିଓ ଅପଲୋଡ କରିଦେଇଛି । ଏହାକୁ ନେଇ ଦଳରେ ହଇଚଇ ସୃଷ୍ଟି ହୋଇଛି । କାରଣ ଏହି ଗ୍ରୁପରେ କେତେକ ଦଳୀୟ ବିଧାୟକ ଯଥା ସରଭା ବିଧାୟକ କୁମାର ବଙ୍ଗରାପ୍ପା, ଆଉ ଜଣେ ବିଜେପି ବିଧାୟକ ସୁନୀଲ ନାଏକ, ବିଜେପି ଜିଲ୍ଲା ସଭାପତି କେଜି ନାଏକ ପ୍ରମୁଖ ଅଛନ୍ତି । ଆହୁରି ମଧ୍ୟରେ ଏହି ଗ୍ରୁପରେ ଜିଲ୍ଲା ପଂଚାୟତ ସଦସ୍ୟା ଗାୟତ୍ରୀ ଗୌଡାଙ୍କ ପରି କେତେକ ମହିଳା ମଧ୍ୟ ଅଛନ୍ତି ।

ତେବେ ମଜା କଥା ହେଉଛି କିଏ ଏହି ଭିଡିଓକୁ ଅପଲୋଡ କରିଛି ତାହାକୁ କେହି ଚିହ୍ନି ପାରୁନାହାନ୍ତି । ଏହି ଗ୍ରୁପରେ ଥିବା ଜୁଟ୍ଟୁ ନାମକ କେହି ଜଣେ ୟୁଜର ଏହାକୁ ଅପଲୋଡ କରିଛି । କିନ୍ତୁ କିଏ ସେହି ଜୁଟ୍ଟୁ ତାହାକୁ କେହି ଚିହ୍ନିପାରୁନାହାନ୍ତି । ଏହି ମାମଲାକୁ ଦଳ ଗୁରତର ସହ ନେଇଛି ଓ ଥାନାରେ ଏକ ମାମଲା ରୁଜ୍ଜୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର