ମୋବାଇଲ ଫୋନରେ ପର୍ଣ୍ଣ କ୍ଲିପ ରଖିଛନ୍ତି ? ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଯିବାକୁ ପଡିପାରେ

ନୂଆଦିଲ୍ଲୀ :ଆପଣଙ୍କ ମୋବାଇଲ ଫୋନରେ ଫର୍ଣ୍ଣ କ୍ଲିପ ରଖୁଛନ୍ତି କି ? ଯଦି ହଁ, ଆପଣ ସମସ୍ୟାରେ ପଡିପାରନ୍ତି । ଏପରିକି ଆପଣଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ ନୂଆ ନିୟମରେ ଏହି ବ୍ୟବସ୍ଥା ରହିଛି ।

ଅଶାଳୀନ ଭାବେ ମହିଳାଙ୍କ ପ୍ରଦର୍ଶନ ଆଇନ-୧୯୮୬ ଅନୁସାରେ ମୁଦ୍ରିତ ବା ଅଙ୍କା ହୋଇଥିବା ଅଶ୍ଳୀଳ ସାମଗ୍ରୀ ରଖିଲେ ଜେଲ ଦଣ୍ଡର ବ୍ୟବସ୍ଥା ପୂର୍ବରୁ ରହିଆସିଛି । ଏବେ ଏହି ତାଲିକାରେ ଡିଜିଟାଲ ମାଧ୍ୟମକୁ ଯୋଗ କରାଯିବ । ଅର୍ଥାତ ଏବେ ମୋବାଇଲରେ କୌଣସି ମହିଳାଙ୍କୁ ଅଶାଳୀନ ଭାବେ ପ୍ରଦର୍ଶିତ କରାଯାଇଥିବା କ୍ଲିପ ରଖିଲେ ଜେଲ ଦଣ୍ଡ ଭୋଗିିବାକୁ ପଡିବ । ଏ ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଖୁବଶୀଘ୍ର ଏକ ଚିଠା ବିଲ ପ୍ରସ୍ତୁତ କରି କ୍ୟାବିନେଟରେ ଆଗତ କରିବେ । କ୍ୟାବିନେଟରେ ପାଶ ହେବା ପରେ ଏହାକୁ ସଂସଦରେ ଏକ ସଂଶୋଧନ ପ୍ରସ୍ତାବ ଭାବେ ଆଗତ ଆଗତ କରାଯିବ ।

ଆହୁରି ମଧ୍ୟ ଯଦି କୌଣସି କମ୍ପାନି ଏପରି ଅଶ୍ଳିଳ ଡିଜିଟାଲ କଣ୍ଟେଣ୍ଟ ପ୍ରସ୍ତୁତ କରୁଥାନ୍ତି ସେହି କମ୍ପାନିର କର୍ମକର୍ତ୍ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଏହି ଆଇନ କାର୍ଯ୍ୟକାରୀ ହେଲେ ପୁଲିସ ମୋବାଇଲ ଫୋନ, ଲାପଟପ, ଆଦି ସର୍ଚ୍ଚ କରି ଏପରି ଆପତ୍ତିଜନକ ସାମଗ୍ରୀ ମିଳିଲେ ଜବତ କରିପାରିବ । ତେବେ ଜଣକ ଘରେ ରେଡ କରିବାକୁ ହେଲେ ଓ୍ଵାରେଣ୍ଟ ଜରୁରୀ ହେବ ।

ସମ୍ବନ୍ଧିତ ଖବର