ବିଜେପିର ହ୍ବାଟ୍ସଆପ୍ ଗ୍ରୁପରେ ଅଶ୍ଳୀଳ ଭିଡିଓ!

ବାଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ଏବେ ଏକ ଅଶ୍ଳୀଳ ଭିଡିଓକୁ ନେଇ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଉତ୍ତର କର୍ଣ୍ଣାଟକରେ ବିଜେପି ନେତାମାନଙ୍କ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ କେହି ଜଣେ ଏକ ଅଶ୍ଳୀଳ ଭିଡିଓ ଅପଲୋଡ କରିବା ପରେ ଏହାକୁ ନେଇ ଦଳରେ ହଇଚଇ ସୃଷ୍ଟି ହୋଇଛି । ଏହି ଗ୍ରୁପରେ ଅନେକ ଦଳୀୟ ବିଧାୟକ ଏବଂ ଜିଲ୍ଲା ସଭାପତିମାନେ ଅଛନ୍ତି। ତେବେ ଭିଡିଓ ଅପ୍‌ଲୋଡ କରିଥିବା ବ୍ୟକ୍ତି ଜଣକ ବିଜେପି ନେତା ନୁହନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ସଂପୃକ୍ତ ବ୍ୟକ୍ତି ଗ୍ରୁପ୍‌ରେ କିଭଳି ପଶିଲେ ସେ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର