ଭାରତର ଏହି ସହରର ୪୬ ପ୍ରତିଶତ ଯୁବକ ଦେଖୁଛନ୍ତି ଅଶ୍ଳୀଳ ଭିଡିଓ

ମୁମ୍ବାଇ: ମାୟନଗରୀ ମୁମ୍ବାଇ | ଏବେ ମୁମ୍ବାଇ ସହରକୁ ନେଇ ଏଭଳି ଏକ ସର୍ଭେ ତଥ୍ୟ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ | ଏକ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରେ ଜଣାପଡିଛି ଯେ ମୁମ୍ବାଇରେ ପାଠ ପଢ଼ୁଥିବା ୧୬ରୁ ୨୨ ବର୍ଷର ଛାତ୍ରଙ୍କ ମଧ୍ୟରେ ଅଶ୍ଳୀଳ ଭିଡିଓ ଦେଖିବାକୁ ଅତ୍ୟଧିକ ଆଗ୍ରହ ରହୁଛି | ଏହି ସର୍ବେକ୍ଷଣ ରେସକୟୁ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା କରାଯାଇଥିଲା | ଏହି ସର୍ଭେରେ ୫୦୦ ଜଣ ଛାତ୍ରଙ୍କୁ ସାମିଲ କରାଯାଇଥିଲା | ସର୍ବେକ୍ଷଣରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା |


୧.୩୩ ପ୍ରତିଶତ ପୁଅ ଓ ୨୪ ପ୍ରତିଶତ ଝିଅ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରୁଛନ୍ତି |
୨.ଲକ୍ଷାଧିକ ସଂଖ୍ୟାରେ ଛାତ୍ରମାନେ ପ୍ରତିଦିନ ଦୁଷ୍କର୍ମର ଭିଡିଓ ଦେଖୁଛନ୍ତି |
୩. ୬୦ ପ୍ରତିଶତ ପୁଅ ଅଶ୍ଳୀଳ ଭିଡିଓ ଦେଖି ଏହି କାମରେ ନିଜକୁ ନିୟୋଜିତ କରୁଛନ୍ତି |
୪.୪୬ ପ୍ରତିଶତ ଯୁବକ ଅଶ୍ଳୀଳ ଭିଡିଓ ନିୟମିତ ଦେଖୁଛନ୍ତି |
ତେବେ ମନୋବିଜ୍ଞାନୀଙ୍କ କହିବା କଥା ପରିବାର ସଦସ୍ୟ ପିଲାମାନଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ | କାରଣ ପିଲାମାନେ ଏକୁଟିଆ ରହିବା ଦ୍ୱାରା ଏସବୁ ଭିଡିଓ ପ୍ରତି ଆକର୍ଷିତ ହେଉଛନ୍ତି |

ସମ୍ବନ୍ଧିତ ଖବର