ପୋଷ୍ଟର ରାଜନୀତି : ରାଜନୀତିକୁ ହିନ୍ଦୁ ଧର୍ମୀୟ ଭାବନା ସହିତ ଯୋଡ଼ିବା ନେଇ ବଢୁଛି ଅସନ୍ତୋଷ!

ନୂଆଦିଲ୍ଲୀ : ଜାତୀୟ ରାଜନୀତିରେ ଏବେ ଚାଲିଛି ପୋଷ୍ଟର ରାଜନୀତି । କେତେବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ଦେବୀ ଦୁର୍ଗାଙ୍କ ବେଶରେ ତ କେତେବେଳେ ରାହୁଲଙ୍କୁ କୃଷ୍ଣ ଭଗବାନଙ୍କ ରୂପରେ ଦେଖିବାକୁ ମିଳିଛି । ତେବେ ଏଥିରୁ ବାଦ୍ ପଡ଼ିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବିହାରର ଗାନ୍ଧୀ ମୈଦାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଯେଉଁଥିରେ ଏକ ରାହୁଲଙ୍କ ରାଲିକୁ ବାଦ୍ ଦେଇ ଚର୍ଚ୍ଚାକୁ ଆସିଛି ଏକ ପୋଷ୍ଟର ।

କଂଗ୍ରେସର ଏକ ପୋଷ୍ଟରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଦୁର୍ଗା ଅବତାର, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମହିଷାସୁର ଅବତାରରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ ଉକ୍ତ ପୋଷ୍ଟରରେ ରାହୁଲ ଗାନ୍ଧୀ ମଧ୍ୟ ଶିବ ଅବତାରରେ ଠିଆ ହୋଇଥିବା ନଜର ଆସିଛି । ଯାହାକୁ ନେଇ ଏବେ ପୋଷ୍ଟର ବିବାଦ ଆରମ୍ଭ ହୋଇଛି । କାରଣ ଏହା ଧର୍ମୀୟ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ବିଭିନ୍ନ ମହଲରେ ପ୍ରତିବାଦ କରାଯାଇଛି ।

ସେପଟେ ଏହି ପୋଷ୍ଟରରେ ଏଭଳି ଚିତ୍ରଣ କରିବା କଂଗ୍ରେସର କାର୍ଯ୍ୟାକଳାପ ବୋଲି ବିରୋଧୀ ଅଭିଯୋଗ କରୁଥିବାବେଳେ କଂଗ୍ରେସ କିନ୍ତୁ ଏହି ପୋଷ୍ଟର ଲଗାଇ ନାହିଁ ବୋଲି କହିଛି। ଇତିମଧ୍ୟରେ ଜଣେ ସ୍ଥାନୀୟ ବାସିନ୍ଦା ପ୍ରଦେଶ କଂଗ୍ରେସ ମୁଖ୍ୟ ମଦନ ମୋହନ ଝା ଓ ଅନ୍ୟ କେତେଜଣଙ୍କ ନାଁରେ ଏକ ମାମଲା ଦାୟର କରାଯାଇଛି । ତେବେ ରାଜନୀତିକୁ ହିନ୍ଦୁତ୍ୱ ଧର୍ମୀୟ ଭାବନା ସହିତ ଯୋଡ଼ି ଏଭଳି କଦର୍ଯ୍ୟ କରିବା ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି ।

ସମ୍ବନ୍ଧିତ ଖବର