ଓଡ଼ିଶାର ନବନିର୍ବାଚିତ ସାଂସଦଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ଦିଲ୍ଲୀ ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ଆଜି ତିନି ଜଣ ନବନିର୍ବାଚିତ ଓଡ଼ିଆ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଚ୍ୟୁତ ସାମନ୍ତଙ୍କୁ ଦିଲ୍ଲୀ ହଜ୍‌ଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିରରେ ସମ୍ବର୍ଦ୍ଧିତ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗର ବରିଷ୍ଠ ଉପଦେଷ୍ଟା ଡ. ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଅନେକ ବରିଷ୍ଠ ନେତା ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଏହି ନବନିର୍ବାଚିତ ସାଂସଦଙ୍କ ଦୀର୍ଘକାଳୀନ ରାଜନୈତିକ ସଫଳତା କାମନା କରିଥିଲେ। ଏହା ସହିତ ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ବିଭିନ୍ନ କୃତି ଓ ଉପ୍‌ଲବ୍‌ଧିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର