ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ !

ପାନାଜୀ : ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତାଙ୍କ ନାମକୁ ନେଇ ବିଜେପି ଓ ସହଯୋଗୀ  ଦଳଙ୍କ ମଧ୍ୟରେ  ସହମତି ହୋଇଥିବା ଜଣାଯାଇଛି । ଏହାଛଡା ବିଜୟ ସରଦେଶାଇ ଓ ଏମଜିପି ର ସୁଦିନ ଦାଓ୍ଵଲିକର ଗୋଆର ଉପମୁଖ୍ୟମନ୍ତ୍ରୀ ହେବେ । ଗତକାଲି ମନୋହର ପରିକରଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ଅସ୍ଥିରତା ଦେଖାଦେଇଥିଲା ।

କଂଗ୍ରେସ ରାଜ୍ୟ ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟିଥିଲା । ତେବେ ବିଜେପି ପକ୍ଷରୁ ମଧ୍ୟ ନିଜର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ପ୍ରମୋଦଙ୍କ ନାମରେ ସହମତି ସୃଷ୍ଟି ହୋଇଥିବା ଜଣାଯାଇଛି । ପରିକରଙ୍କ ଅନ୍ତେଷ୍ଟୀରେ ଯୋଗଦେବାକୁ ଆସିଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ସହଯୋଗୀ ଦଳମାନେ ସମର୍ଥନ ଜାରି ରଖିବାକୁ ରାଜି ହୋଇଥିଲେ ବୋଲି ଜଣାପଡିଛି । ଖୁବଶୀଘ୍ର ଏ ନେଇ ଦଳ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର