ଦିଲ୍ଲୀ ବାର କାଉନସିଲ୍‌ରେ ଅଭିଯୋଗ ହେବାପରେ  ଇସ୍ତଫା ଦେଲେ ଆଇନଜୀବୀ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ:ଭାରତର ଜଣାଶୁଣା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ଅଫ୍‌ ଏନ୍‌ଜିଓ-ସେଣ୍ଟର ଫର୍‌ ପବ୍ଲିକ୍‌ ଇଣ୍ଟରେଷ୍ଟ ଲିଟିଗେସନ (ସିପିଆଇଏଲ୍‌)। କମନ୍‌ କଜ୍‌ ଏବଂ ସ୍ୱରାଜ ଅଭିଯାନରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତଙ୍କ ବିରୁଦ୍ଧରେ ଦିଲ୍ଲୀ ବାର କାଉନସିଲ୍‌ରେ ଅଭିଯୋଗ ଆସିଥିଲା। ଏହାପରେ ବାର କାଉନସିଲ୍‌ ପକ୍ଷରୁ ତାଙ୍କୁ ଏହି ସବୁ ସଂଗଠନରୁ ଇସ୍ତଫା ଦେବା ଲାଗି ପରାମର୍ଶ ଦିଆଯାଇଥିଲା। ଏ ସଂପର୍କରେ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ କୁହାଯାଇଛି ଯେ ସେ ନିୟମ ଭଙ୍ଗ ହେଉଥିବାରୁ ଇସ୍ତଫା ଦେବାଲାଗି ପରାମର୍ଶ ଦିଆଯାଇଥିଲା।

ଏ ସଂପର୍କରେ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ କୁହାଯାଇଛି ଯେ ସେ ନିୟମ ଭଙ୍ଗ ହେଉଥିବାରୁ ଇସ୍ତଫା ଦେଇଛନ୍ତି। ଅବସରପ୍ରାପ୍ତ ମେଜର ଏସ୍‌କେ ପୁନିୟା ବାର କାଉନସିଲ୍‌ ଅଫ୍‌ ଦିଲ୍ଲୀଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଭୂଷଣ ସିପିଆଇଏଲ୍‌,କମନ୍‌କଜ୍ ଏବଂ ସ୍ୱରାଜ  ଅଭିଯାନର ପଦାଧିକାରୀ ହୋଇ ମଧ୍ୟ ନ୍ୟାୟାଳୟରେ ସଂଗଠନ ପକ୍ଷରୁ  ଉପସ୍ଥିତ ହେଉଛନ୍ତି। ଏହା ବାର କାଉନସିଲ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ବୋଲି ସେ ଦର୍ଶାଇଥିଲେ। ପ୍ରଶାନ୍ତ ଭୂଷଣ ନିଜର ତ୍ରୁଟି ସ୍ୱୀକାର କରିବା ସହିତ ଏହି ସବୁ ସଂଗଠନରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର