ବିହାର ବିଧାନସଭା ନିର୍ବାଚନରେ ବିଜେପି ଅପେକ୍ଷା ଜେଡିୟୁ ଅଧିକ ଆସନରେ ଲଢ଼ିବା ଦରକାର : ପ୍ରଶାନ୍ତ କିଶୋର

ପାଟନା: ପୁଣି ଚର୍ଚ୍ଚାରେ ଜେଡିୟୁର ରାଷ୍ଟ୍ରୀୟ ଉପସଭାପତି ତଥା ଚର୍ଚ୍ଚିତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ସେ ନିଜର ବୟାନ ଲାଗି ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଶାନ୍ତ କିଶୋର ବିହାର ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ବରିଷ୍ଠ ସହଯୋଗୀ ଜେଡିୟୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ତୁଳନାରେ ଅଧିକ ଆସନରେ ଲଢ଼ିବା ଦରକାର ।

ପ୍ରଶାନ୍ତ କିଶୋରଙ୍କ ଅନୁଯାୟୀ ଉଭୟ ବିଜେପି ଓ ଜେଡିୟୁ ଦଳ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିଥିଲେ ବି ସେହି ଫର୍ମୁଲା ବିଧାନସଭା ନିର୍ବାଚନରେ ପୁନରାବୃତ୍ତି କରାଯିବା ଠିକ୍ ନୁହେଁ। କାରଣ ଏବେ ଜେଡିୟୁ ବିହାରରେ ବିଜେପି ଅପେକ୍ଷା ବଡ଼ ଦଳ।

Image result for nitish kumar sushil modi
Image Source-India Today

ଏବେ ଜେଡିୟୁର ପାଖାପାଖି ୭୦ ବିଧାୟକ ଅଛନ୍ତି ,କିନ୍ତୁ ବିଜେପିର ବିଧାୟକ ସଂଖ୍ୟା ୫୦ ହୋଇଥିବାରୁ ପ୍ରଶାନ୍ତ କିଶୋର ଏହି ଦାବି କରିଛନ୍ତି। ତା’ଛଡ଼ା ନୀତିଶ କୁମାରଙ୍କୁ ନେତା ଘୋଷିତ କରି ଉଭୟ ଦଳ ବିଧାନସଭା ନିର୍ବାଚନ ଲଢ଼ିବା ଉଚିତ ବୋଲି ମତ ରଖିଛନ୍ତି ପ୍ରଶାନ୍ତ କିଶୋର ।

ସମ୍ବନ୍ଧିତ ଖବର