ଡିଜିଟାଲ୍‌ ହେବ ପ୍ରସାର ଭାରତୀ, ବିଶ୍ୱରେ ଭାରତୀୟ ଖବରର ସଦ୍‌ଗୁଣ ପ୍ରସାରଣ କରିବ

ନୂଆଦିଲ୍ଲୀ: ଡିଜିଟାଲ୍‌ ରୂପେ ଦରିଆପାରିରେ ନିଜ ପକ୍ଷ ବିସ୍ତାର କରିବାକୁ ଚାହୁଁଛି ଭାରତର ପବ୍ଲିକ୍‌ ସେକ୍ଟର୍‌ ସମ୍ବାଦ ପ୍ରସାରଣ ସଂସ୍ଥାନ ପ୍ରସାର ଭାରତୀ।

ଦୂରଦର୍ଶନର ଆନାଲଗ୍‌ ଟେରିଷ୍ଟ୍ରେଲିଆଲ୍‌ ଟିଭି ଟ୍ରାନ୍‌ସ୍‌ମିଟର୍‌କୁ କ୍ରମେ ବନ୍ଦ କରିବା ସହ ଡିଜିଟାଲ୍‌ ନେଟ୍‌ଓ୍ଵାର୍କ ଆଡ଼େ ଗତିଶୀଳ ହେବାକୁ ନିଜର ବୋର୍ଡ ମିଟିଙ୍ଗ୍‌ରେ ପ୍ରସାର ଭାରତୀ ସ୍ଥିର କରିଛି। ଭାରତୀୟ ଜାତୀୟ ସ୍ୱାର୍ଥର ପ୍ରସାର ନିମନ୍ତେ ବିଶ୍ୱର ଏକ ସମ୍ଭ୍ରାନ୍ତ ଡିଜିଟାଲ୍‌ ନିଉଜ୍‌ ପ୍ଲାଟ୍‌ଫର୍ମ ଭାବେ ‘ଡିଜିଟାଲ୍‌ ପ୍ରସାର ଭାରତୀ’ର ଆରମ୍ଭ ସକାଶ ପ୍ରସାର ଭାରତୀ କେନ୍ଦ୍ର ସରକାରଙ୍କ ଅନୁମୋଦ ପାଇବାକୁ ଏକ ପ୍ରସ୍ତାବ ଆଗତ କରିଛି।

Image Courtesy of The Economics Times

୨୦୧୬ରେ ପ୍ରସାର ଭାରତୀର ଚେୟାର୍‌ମ୍ୟାନ୍‌ ଏ ସୂର୍ଯ୍ୟ ପ୍ରକାଶଙ୍କ ନେତୃତ୍ୱାଧୀନ ଏକ ସ୍ୱତନ୍ତ୍ର କମିଟି ପ୍ରଥମେ ଏହି ପ୍ରସ୍ତାବ ଦେଇଥିଲା। ପ୍ରସାର ଭାରତୀ ପରିଷଦ୍‌ ଠାରୁ ସାମଗ୍ରିକ ଅନୁମୋଦନ ପାଇବା ପରେ ତାହାକୁ ଏ ବର୍ଷ ଆଦ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ଦାଖଲ କରାଯାଇଥିଲା।

ଭାରତୀୟ ଦୃଷ୍ଟିଭଙ୍ଗୀରେ ବିଶ୍ୱର ଶ୍ରୋତାଙ୍କୁ ଆନ୍ତର୍ଜାତିକ ଖବର ପରିବେଶଣ କରିବା ନିମନ୍ତେ ବ୍ୟବହାର କରାଯିବା ସହ ଭାରତର ଯୋଜନା ସମ୍ବନ୍ଧୀୟ ଚିନ୍ତାଧାର ସମ୍ବନ୍ଧରେ ଚିନ୍ତନ ପାଇଁ ମଧ୍ୟ ଏହି ପ୍ଲାଟ୍‌ଫର୍ମକୁ ବ୍ୟବହାର କରାଯିବାକୁ କମିଟି ରିପୋର୍ଟ ପ୍ରସ୍ତାବ ଦେଇଛି। ବିଦେଶୀ ଗଣମାଧ୍ୟରେ ପ୍ରସାରିତ ହେଉଥିବା ଭାରତ ବିରୋଧୀ ବର୍ଣ୍ଣନାକୁ କଠୋର ଏବଂ ଅଦମନୀୟ ମନ୍ତବ୍ୟ ଯୋଗେ ମୁକାବିଲା କରିବାରେ ଡିଜିଟାଲ୍‌ ପ୍ରସାର ଭାରତୀର ଅନ୍ୟତମ ଅଭିଯାନ ବୋଲି ଉଲ୍ଲେଖ ରହିଛି। ସୂର୍ଯ୍ୟ ପ୍ରକାଶ କହିଛନ୍ତି: ପ୍ରସାର ଭାରତୀର ସମର୍ଥନ ଥିବା ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ନିହିତ ମାଧ୍ୟମରେ ଏହି ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ପରିଚାଳନା କରିବାକୁ ମୁଁ ବିଚାର କରୁଛି।

Representative Image Courtesy of afaqs

ପ୍ରସ୍ତାବିତ ଇଂରାଜୀ ଭାଷାର ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ବିଶ୍ୱ ଅର୍ଥନୀତି, ଜିଓପଲିଟିକ୍ସ୍‍, ଆନ୍ତର୍ଜାତିକ ଆତଙ୍କ, ବିଶ୍ୱ ସଙ୍କଟ ଏବଂ ସଫ୍‌ଟ୍‌ ପାଓ୍ଵାର୍‌ ଉପରେ ଧ୍ୟାନ ଦେବ। ଭାରତ କହୁଥିବା ଏବଂ କାର୍ଯ୍ୟ କରୁଛି ବୋଲି ଦର୍ଶାଉ ଥିବା ଖବର ସାମଗ୍ରୀର ପାଇଁ ଏହା ଏକ ପ୍ଲାଟ୍‌ଫର୍ମ ହେବ ବୋଲି ମଧ୍ୟ ପ୍ରସ୍ତାବରେ ଉଲ୍ଲେଖ ରହିଛି। ସେଥିରେ ଡିଜିଟାଲ୍‌ ପ୍ରସାର ଭାରତୀ ପରିବେଶ, ପ୍ରକୃତି, ପ୍ରାଣୀ ଅଧିକାର ଏବଂ ମାନବିକ ଅଧିକାର ଆଦି ଆଲୋଚ୍ୟ ପ୍ରସଙ୍ଗକୁ ଆମ ନିଜ ଦୃଷ୍ଟିଭଙ୍ଗୀରେ ନିୟନ୍ତ୍ରଣ କରାଯାଇ ପାରିବ।

ଏକ ଲାଇନର୍‌ ଟେଲିଭିଜନ୍‌ରେ ହେଉଥିବା ଖର୍ଚର ଏକ ଦଶମାଂଶ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଖର୍ଚ ହେବ ବୋଲି ପ୍ରସାରଣକାରୀମାନେ ସରକାରଙ୍କୁ ଦେଇଥିବା ପ୍ରସ୍ତାବରେ ଉଲ୍ଲେଖ କରି ଲେଖିଛନ୍ତି: କେବଳ ଜଣଙ୍କର ସାଂସ୍କୃତିକ ପରିଚିତି ଏବଂ ଜାତୀୟତାକୁ ସଙ୍କୁଚିତ କରି ସର୍ବଦା ଜାଗତିକ ଅଲୋଚନା ଏବଂ ମୂଲ୍ୟାୟନ ହୋଇ ଆସୁଥିବା ଧାରାକ ବିରୋଧରେ ଇଂରାଜୀ ଖବର ଏବଂ ବୌଦ୍ଧିକ ଆଲୋଚନା ମାଧ୍ୟମରେ ଡିଜିଟାଲ୍‌ ପ୍ରସାର ଭାରତୀ ନିଶ୍ଚୟ ଲଢ଼େଇ କରିବ।

Image Courtesy of HT

ଜାଗତିକ ଅଧିକାର ଆଲୋଚନା ଏବଂ ନୈତିକତା ନାମରେ ଅନ୍ୟକୁ ଦର୍ପଣ ଦେଖାଇବା ନିମନ୍ତେ ରାଜନୈତିକ ଇଚ୍ଛା ଥିବା ଉଚିତ ବୋଲି ଗୁରତ୍ୱ ଦେଇ ପ୍ରସାର ଭାରତୀ ପରିଷଦ୍‌ ବହୁ ଦୃଷ୍ଟାନ୍ତ ଦେଇଛି। ଆମେରିକାର ନକାରାତ୍ମକ ଖବର ପ୍ରସାରଣ କରୁଥିବା ‘ରୁଷିଆ ଟୁଡେ’ ଏବଂ ପାଶ୍ଚାତ୍ୟ ଶ୍ରୋତୃବର୍ଗଙ୍କୁ ସେମାନଙ୍କ ନିଜସ୍ୱ ସମସ୍ୟା ଦର୍ଶାଉ ଥିବା ‘ଅଲ୍‌ ଜଜୀରା ଇଂଲିସ୍‌’ର ଆଦିର ଉପଲକ୍ଷ ଦେଇଛି ପ୍ରସାର ଭାରତୀ।

ସମ୍ବନ୍ଧିତ ଖବର