ମନର ମଇଳା ଧୋଇବା ପାଇଁ ସତସଙ୍ଗ ରୂପକ ବର୍ଷା ଆବଶ୍ୟକ: ପ୍ରତାପ ଷଡ଼ଙ୍ଗୀ

ଗୌହାଟୀ: କେନ୍ଦ୍ର ପଶୁପାଳନ ଓ ଏମଏସଏମଇ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦୁଇଦିନିଆ ଆସାମ ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ | ସେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଭେଟି ରାଜ୍ୟରେ କିଭଳି ଏମଏସଏମଇ ଶିଳ୍ପକୁ ବୃଦ୍ଧି କରିହେବ ସେ ବାବଦରେ ଆଲୋଚନା କରିଥିଲେ | ବିଶେଷ କରି ଆସାମରେ କିଭଳି ମସଲା ଶିଳ୍ପକୁ ପ୍ରୋତ୍ସାହନ ମିଳିପାରିବ ସେ ବାବଦରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ |

ସେହିପରି ଆସାମର ମସଲା କିଭଳି ବିଦେଶକୁ ରପ୍ତାନି ହୋଇପାରିବ ସେ ନେଇ ସମସ୍ତ ସହଯୋଗ କରିବାକୁ ଶ୍ରୀ ଷଡ଼ଙ୍ଗୀ ଆସାମ ସରକାରଙ୍କୁ ଆଶ୍ୱାସନା ଦେଇଥିଲେ | ମସଲା ସହ ଦୁଗ୍ଧ ଓ ମାଛ ଉତ୍ପାଦନରେ କିଭଳି ଆସାମ ସ୍ୱାବଲମ୍ବୀ ହୋଇପାରିବ ସେ ନେଇ ଆସାମ ସରକାରଙ୍କ ସହ ଶ୍ରୀ ଷଡ଼ଙ୍ଗୀ ଆଲୋଚନା କରିଥିଲେ |

ଏହାପରେ କେନ୍ଦ୍ର ମନ୍ତ୍ରୀ ଗୌହାଟୀରେ ଥିବା ସତସଙ୍ଗ ବିହାର ପରିଦର୍ଶନ କରିଥିଲେ | ଏଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରତିମାକୁ ପ୍ରଣାମ ନିବେଦନ କରି ଆଶୀର୍ବାଦ ଭିକ୍ଷା କରିଥିଲେ | ଶ୍ରୀ ଷଡ଼ଙ୍ଗୀ ଏହି ଅବସରରେ କହିଥିଲେ ଯେ ଦେହର ମଇଳାକୁ ଆମେ ପାଣି ମାଧ୍ୟମରେ ଧୋଇପାରିବା କିନ୍ତୁ ମନର ମଇଳାକୁ କେବଳ ସତସଙ୍ଗ ରୂପକ ବର୍ଷାରେ ହିଁ ଧୋଇପାରିବା |

ସମ୍ବନ୍ଧିତ ଖବର