ଭିଏଚ୍‌ପିକୁ ଟକ୍କର ଦେବାକୁ ତୋଗାଡ଼ିଆ ଗଢ଼ିଲେ ଏଏଚ୍‌ପି

ନୂଆଦିଲ୍ଲୀ : ବିଶ୍ୱ ହିନ୍ଦୁ ପରିଷଦ(ବିଏଚ୍‌ପି)ର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଏବେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ(ଏଏଚ୍‌ପି) ନାମରେ ନୂଆ ସଂଗଠନ ଗଢ଼ିଛନ୍ତି। ଏହା ସହିତ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ନୂଆ ରାଜନୈତିକ ଦଳ ମଧ୍ୟ ଗଠନ କରିବା ନେଇ ସେ ସଙ୍କେତ ଦେଇଛନ୍ତି। ଆଜି ଏହି ସଂଗଠନର ଉଦଘାଟନ ଅବସରରେ ତୋଗାଡିଆ ରାମ ମନ୍ଦିର ନିର୍ମାଣ, ସମାନ ନାଗରିକ ସଂହିତା,ଗୋ ହତ୍ୟା ରୋକିବା ପାଇଁ କଟକଣା, କଶ୍ମୀରରୁ ଅନୁଚ୍ଛେଦ ୩୭୦ ଶେଷ କରିବା ଆଦି ପ୍ରସଙ୍ଗରେ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର