ଅନ୍ତଃସତ୍ତ୍ୱା ମହିଳାଙ୍କୁ ଠିଆ ପ୍ରସବ କରାଇଲେ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସ; ଶାଢ଼ିରେ ପୋଛିଲେ ଚଟାଣ

ବନସ୍କାନ୍ତ: ଗୁଜରାଟର ବନସ୍କାନ୍ତ ଜିଲ୍ଲା ଅନ୍ତର୍ଗତ ଜଲୋଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଦିନ ଜଣେ ଅନ୍ତଃସତ୍ତ୍ୱା ମହିଳାଙ୍କୁ ଠିଆ ପ୍ରସବ କରାଇଛନ୍ତି କର୍ମଚାରୀମାନେ।

ପ୍ରସବ ଯନ୍ତ୍ରଣା ହେବାରୁ ରମି ବେନ୍‌ ଗୌତମଭାଇ ଠାକୋର୍‌ ନାମ୍ନା ସେ ମହିଳା ତାଙ୍କ ଶାଶୂଙ୍କ ସହ ଜଲୋଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।

ପ୍ରସବ କୋଠରିକୁ ନେବା ପରିବର୍ତ୍ତେ ନର୍ସ ତାଙ୍କୁ ଲୁହା ଜାଲି ଧରି ଠିଆ ହେବାକୁ ନିର୍ଦେଶ ଦେଇଥିଲେ। ଫଳରେ ରମି ବେନ୍‌ ଠିଆ ହୋଇଥିବା ଅବସ୍ଥାରେ ପ୍ରସବ କରିବାରୁ ପିଲାଟି ଚଟାଣରେ ପଡ଼ି ଯାଇଥିଲା।

ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କୁ ଡାକ୍ତରୀ ସହାୟତା ମିଳି ନ ଥିଲା।

ସେମାନେ ଅଭିଯୋଗ କରିଛନ୍ତି କି, ପ୍ରସବରେ ଚଟାଣରେ ପଡ଼ିଥିବା ରକ୍ତକୁ ନର୍ସ ସମ୍ପୃକ୍ତା ମହିଳାଙ୍କ ଶାଢ଼ିରେ ପୋଛାପୋଛି କରିଥିଲେ।
ପ୍ରସବ ସମୟରେ ଅନେକ ମହିଳାଙ୍କୁ ଏ ଭଳି କକର୍ଥନା ଭୋଗିବାକୁ ପଡୁଛି ବୋଲି ଖବର ମିଳୁଛି। ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା କିନ୍ତୁ, ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛି।

ମୋନିକା ପଟେଲ୍‌ ନାମ୍ନା ଜଲୋଟା ହେଲ୍‌ଥ୍‌ ସେଣ୍ଟର୍‌ର ଜଣେ ଡାକ୍ତରାଣୀ କହନ୍ତି, ଡାକ୍ତରଖାନାରେ ଏ ଭଳି କିଛି କରାଯାଏ ନାହିଁ।

ସମ୍ବନ୍ଧିତ ଖବର