ଏଆଇସିସି ବୈଠକରେ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ: ଫେବ୍ରୁଆରି ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ:  ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦିଲ୍ଲୀରେ ଚାଲିଛି  କଂଗ୍ରେସର ମାରାଥନ ବୈଠକ । ପୁଣି  ଥରେ କ୍ଷମତାକୁ  ଫେରିବା ଲାଗି ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରସ୍ତୁତ କରୁଛି ରଣନୀତି ।  ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ବୈଠକରେ ଯୋଗ ଦେଇଛନ୍ତି। ତେବେ ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିରଂଜନ କହିଛନ୍ତି, ଫେବ୍ରୁୟାରି ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ  ୩ ଥର ହାରିଥିବା ପ୍ରାର୍ଥୀ ଆଉ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ନିର୍ବାଚନ ଳଢିପାରିବେ ନାହିଁ । ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧି  ରାଜ୍ୟ ପ୍ରଭାରୀମାନଙ୍କୁଏହା  ଶୁଣାଇଦେଇଛନ୍ତି। ଯେଉଁମାନେ ଲୋକଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖାନ ହେଉଛନ୍ତି ସେମାନଙ୍କୁ ଆଉ ଟିକେଟ ନ ଦେବା ପାଇଁ ରାଜ୍ୟ ନେତୃତ୍ୱଙ୍କୁ କୁହାଯାଇଛି ।

ପ୍ରାଥମିକ ସ୍ତରରେ କଂଗ୍ରେସ କିଭଳି ଗ୍ରହଣୀୟ ହୋଇପାରିବ ସେ ଦିଗରେ କାମ କରିବାକୁ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାବାହିନୀ ପତି କହିଛନ୍ତି ଯେ ରାହୁଲଙ୍କ ନିଷ୍ପତିକୁ ସେ ସ୍ୱାଗତ କରୁଛନ୍ତି ।

ସମ୍ବନ୍ଧିତ ଖବର