ଆମେରିକା ସହ ପାରମାଣବିକ ନିରସ୍ତ୍ରୀକରଣ ଆଲୋଚନା ପାଇଁ ଉତ୍ତର କୋରିଆ ପ୍ରସ୍ତୁତ

ଓ୍ଵାସିଂଟନ୍‌: ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଭେଟିଲା ବେଳେ କୋରୀୟ ଉପଦ୍ୱୀପର ପାରମାଣବିକ ନିରସ୍ତ୍ରୀକରଣ ବିଷୟରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରଥମ ଥର ପାଇଁ ଉତ୍ତର କୋରିଆ ଯୁକ୍ତରାଷ୍ଟ୍ର ଆମେରିକାକୁ କହିଛି ବୋଲି ରବିବାର ଦିନ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି।

ନିକଟ ଅତୀତରେ ଆମେରିକା ଏବଂ ଉତ୍ତର କୋରିଆର ଅଧିକାରୀମାନେ ଗୋପନ ଯୋଗାଯୋଗ ସ୍ଥାପନ କରିଥିଲେ। ପିୟୋଙ୍ଗ୍ୟାଙ୍ଗ୍‌ ଏକ ଶିଖର ବୈଠକରେ ଏ କଥା ଆଲୋଚନା କରିବାକୁ ସିଧାସଳଖ ନିଶ୍ଚିତ କରି ତା’ର ଇଚ୍ଛା ପ୍ରକାଶ କରିଛି।

କିମ୍‌ଙ୍କ ଉଦ୍ଦେଶ୍ୟ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ ଆମେରିକା ତା’ର ମିତ୍ରରାଷ୍ଟ୍ର ଦକ୍ଷିଣ କୋରିଆର ପ୍ରତିଶ୍ରୁତି ଉପରେ ନିର୍ଭର କରିଥିଲା।
କିମ୍‌ଙ୍କ ଆମନ୍ତ୍ରଣ ଜଣାଇବାକୁ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତମାନେ ଗତ ମାସରେ ଓ୍ଵାସିଂଟନ ଗସ୍ତରେ ଯାଇଥିଲେ। ରାଷ୍ଟ୍ରପତି ଟ୍ରମ୍ପ୍‌ ମଧ୍ୟ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

କିନ୍ତୁ, ଏହି ଶିଖର ବୈଠକ ସଂକ୍ରାନ୍ତରେ ପାୟୋଙ୍ଗ୍ୟାଙ୍ଗ୍‌ ସର୍ବସାଧାରଣରେ କୌଣସି କଥା ପ୍ରକାଶ କରି ନାହିଁ। ତାହା ମେ ମାସରେ ପ୍ରକାଶ କରାଯିବା ପାଇଁ ଯୋଜନ କରାଯାଉଛି ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି। ସମ୍ଭାବ୍ୟ ଆଲୋଚନା ପାଇଁ କୌଣସି ସ୍ଥାନ ମଧ୍ୟ ନିରୂପଣ କରାଯାଇ ନାହିଁ।

କେଉଁ ଦିନ ଏବଂ କେବେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଉତ୍ତର କୋରିଆ ପରସ୍ପର ସହ ଯୋଗାଯୋଗ କରିଥିଲେ, ସେ କଥା ଆମେରିକୀୟ ଅଧିକାରୀମାନେ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। କିନ୍ତୁ ଏକାଧିକ ଥର ସିଧାସଳଖ ଯୋଗାଯୋଗ ହୋଇଥିବା କଥା କହିଛନ୍ତି।

ସମ୍ବନ୍ଧିତ ଖବର