ଶିଶୁ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ: ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ଶିଶୁ ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପୋକ୍ସୋ ଆଇନ୍‌-୨୦୧୨ରେ ସଂଶୋଧନ ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ ଅଧ୍ୟାଦେଶକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ପ୍ରଦାନ କରିଛନ୍ତି। ସଂସଦର ଅଧିବେଶନ ଆରମ୍ଭ ହେବା ପରେ ଏହିି ଅଧ୍ୟାଦେଶ ୬ମାସ ମଧ୍ୟରେ ଉଭୟ ଗୃହରୁ ସମର୍ଥନ ପାଇବା ପରେ ଆଇନ୍‌ରେ ପରିଣତ ହେବ। ଏହି ଅଧ୍ୟାଦେଶର ସୁପାରିସ ମୁତାବକ, ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇପାରିବ। ସେହିଭଳି ୧୬ ବର୍ଷରୁ ଅଧିକ ବୟସର ଝିଅଙ୍କୁ ଦୁଷ୍କର୍ମ ଘଟଣାରେ ଜେଲ ଦଣ୍ଡ ୭ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ବା ଗଣ ଦୁଷ୍କର୍ମ ମାମଲାରେ ଅଗ୍ରୀମ ଜାମିନ ଆଉ ମିଳିପାରିବ ନାହିଁ। ତେବେ ଏହି ଅଧ୍ୟାଦେଶ ସଂସଦରେ ପାରିତ ହେବା ପରେ ପୋକ୍ସୋ ଆଇନ, ଭାରତୀୟ ଦଣ୍ଡବିଧି (ଆଇପିସି), ଅପରାଧିକ ଦଣ୍ଡ ବ୍ୟବସ୍ଥା ସଂହିତା (ସିଆର୍‌ପିସି)ରେ ପରିବର୍ତ୍ତନ କରାଯିବ।

ସମ୍ବନ୍ଧିତ ଖବର