ସାଂଘାତକି ଅଭିଯୋଗ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଦୁର୍ବ୍ୟବହାର

ରାଷ୍ଟ୍ରପତିଭବନରୁ ଚିଠି ପାଇବାର ୩ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ ଶ୍ରୀମନ୍ଦିର ପରିଚାଳନା କମିଟି

ଭୁବନେଶ୍ୱର: ଦିନକୁ ଦିନ ଶ୍ରୀମନ୍ଦିର ପରିଚାଳନାରେ ଦେଖାଦେଇଥିବା ଅବ୍ୟବସ୍ଥା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଅତିଷ୍ଟ କଲାଣି। ତେବେ ଶ୍ରୀମନ୍ଦିର ଭିତରେ କେତେକ ସେବାୟତଙ୍କ କାର୍ଯକଳାପ ଶ୍ରୀମନ୍ଦିରର ଗାରିମାରେ କଳଙ୍କ ଲଗାଉଥିବାବେଳେ ମନ୍ଦିର ପରିଚାଳନା କମିଟି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ନିକଟରେ ରାଷ୍ଟ୍ରପତି ଭବନରୁ ଆସିଥିବା ଏକ ଚିଠି ଶ୍ରୀମନ୍ଦିର ପରିଚାଳାନା ତ୍ରୁଟିକୁ ପୁଣି ଥରେ ଆଇନା ଦେଖାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ବେଳେ ସେବାୟତମାନଙ୍କ ଦ୍ୱାରା ଦୁର୍ବ୍ୟବହାର ଶିକାର ହୋଇଥିିବା ନେଇ ଏକ ଚିଠି ଏବେ ଏପରି ଚର୍ଚ୍ଚାକୁ ଜୋର ଦେଇଛି। ଏହି ଚିଠି ଆଧାରରେ ଶ୍ରୀମନ୍ଦିରର ଦୁଇଜଣ ସେବାୟତଙ୍କ ବିରୋଧରେ ପରିଚାଳନା କମିଟି କାର୍ଯ୍ୟାନୁଷ୍ଠାନ ନେଉଥିବା ଜଣାପଡ଼ିଛି।ଇତିମଧ୍ରରେ ଘଟରାର ୩ ମାସ ବିତି ଯାଇଥିଷଳ ମଧ୍ର ଏହି ଘଟରାକୁ ଚପାଇ ରଖିବାକୁ ଉଦ୍ୟମ କରି ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟି ବିଫଳ ହୋଇଛି।


ସୂଚନା ଯୋଗ୍ୟ ଯେ ମାର୍ଚ୍ଚ ୧୮ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ତେବେ ଶ୍ରୀମନ୍ଦିର ପରିସରରେ କେତେକ ସେବାୟତ ରାଷ୍ଟ୍ରପତି ଦମ୍ପତିଙ୍କୁ ଦୁର୍ବ୍ୟବହାର କରିଥିଲେ। ଦୁଇଜଣ ସେବାୟତ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଦେହରେ ଘଷି ହୋଇଯାଇଥିଲେ। ଯେତେବେଳେ ରାଷ୍ଟ୍ରପତି ଦମ୍ପତି ରତ୍ନମଣ୍ଡପ ନିକଟରେ ଶ୍ରୀଜୀଉଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିଲେ ସେହି ସମୟରେ ଦୁଇଜଣ ସେବାୟତ ସେମାନଙ୍କ ଦେହରେ ଘଷି ହୋଇଯାଇଥିଲେ। ନିୟମ ଅନୁଯାୟୀ, ରାଷ୍ଟ୍ରପତି ଦମ୍ପତିଙ୍କ ଶ୍ରୀମନ୍ଦିର ପ୍ରବେଶ ସମୟରେ ଅନ୍ୟମାନଙ୍କୁ ପ୍ରବେଶ ଅନୁମତି ନ ଥାଏ। ମାତ୍ର ଏହା ସତ୍ତ୍ୱେ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ଦମ୍ପତି ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଚିଠି ଲେଖି ଅବଗତ କରାଯାଇଥିଲା। ଗତ ୧୯ ତାରିଖରେ ରାଷ୍ଟ୍ରପତିଭବନରୁ ରାଷ୍ଟ୍ରପତି ଦମ୍ପତିଙ୍କ ଅସନେ୍‌ିାଷ ସମ୍ପର୍କିତ ଚିଠି ଆସିବା ପରେ ଏ ନେଇ ୨୦ ତାରିଖରେ ମନ୍ଦିର ପରିଚାଳନା କମିଟି ବୈଠକରେ ଚର୍ଚ୍ଚା ହୋଇଥିିଲା। ମାତ୍ର ଇତିମଧ୍ୟରେ ୪ ମାସରୁ ଉର୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ମନ୍ଦିର ପରିଚାଳନା କମିଟି ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ପରିଚାଳାନଗତ ତ୍ରୁଟିର ଏହା ଠାରୁ ବଡ଼ ପ୍ରମାଣ ଆଉ କିଛି ହୋଇ ନ ପାରେ ବୋଲି ଚର୍ଚ୍ଚା ହେଉଛି ।ମନ୍ଦିର ପରିଚାଳନା କମିଟି ସେବାୟତଙ୍କ ହାତରେ କ୍ରୀଡ଼ନକ ସାଜିଥିବା ଅଭିଯୋଗ ହେଉଛି।ବିଶେଷକରି ସେବାୟତଙ୍କ କୁକର୍ମକୁ ମନ୍ଦିର ପରିଚାଳନା କମିଟି ଘୋଡ଼ାଇବାକୁ ଉଦ୍ୟମ କରୁଥିବା ନେଇ ଶ୍ରୀମନ୍ଦିର ପରିଚାଳନା କମଟି ଆଡକୁ ଆଙ୍ଗୁଳି ଉଠିଛି।

ସମ୍ବନ୍ଧିତ ଖବର