ଇରାନ୍‌ ସହ ଆଣବିକ ରାଜିନାମାରୁ ଆମେରିକା ଓହରି ଯିବା କଥା ଘୋଷଣା କଲେ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବରାକ୍‌ ଓବାମା ସ୍ୱାକ୍ଷର କରିଥିବା ଇରାନ୍‌ ଆଣବିକ ରାଜିନାମାକୁ ମଙ୍ଗଳବାର ଦିନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରଦ୍ଦ କରି ଦେଇଛନ୍ତି। ଆଣବିକ ଅସ୍ତ୍ରଶସ୍ତ୍ର ଅନେ୍ଵଷଣରୁ ଇରାନ୍‌କୁ ଏହି ରାଜିନାମା ନିବର୍ତ୍ତାଇ ପାରି ନ ଥିବା କଥା କହି ଟ୍ରମ୍ପ୍‌ ପୁଣି ତେହେରାନ୍‌ ଉପରେ କଟକଣା ଲାଗୁ କରିଛନ୍ତି।

ହ୍ଵାଇଟ୍‌ ହାଉସ୍‌ରୁ ଦୂରଦର୍ଶନରେ ପ୍ରସାରିତ ଭାଷଣର ଟ୍ରମ୍ପ୍‌ କହିଛନ୍ତି: ଆମେ ଇରାନ୍‌ର ଆଣବିକ ବୋମା ଅନେ୍ଵଷଣକୁ ପ୍ରତିରୋଧ କରି ପାରି ନାହୁଁ ବୋଲି ମତେ ସ୍ପଷ୍ଟ ଦିଶୁଛି। ଇରାନ୍‌ ଚୁକ୍ତି ମୂଳରୁ ହିଁ ତ୍ରୁଟିପୂର୍ଣ୍ଣ। ଇରାନ୍‌ ଆଣବିକ ରାଜିନାମାରୁ ଆମେରିକା ଓହରି ଯିବ ବୋଲି ଆଜି ମୁଁ ଘୋଷଣା କରୁଛି।

ଏହି ରାଜିନାମାକୁ ଗୋଟାଏ ବିପର୍ଯ୍ୟୟ ବୋଲି କହି ଟ୍ରମ୍ପ୍‌ ସମାଲୋଚନା କରି ଆସୁଥିଲେ। ରାଜିନାମ ରଦ୍ଦ ହେବା ଘୋଷଣାର ଅଳ୍ପ କେତେ ସମୟ ପରେ ସେ ଇରାନ୍‌ ବିରୋଧରେ ସଦ୍ୟ କଟକଣା ପତ୍ରରେ ଦସ୍ତଖତ କରିଛନ୍ତି। ତେହେରାନ୍‌ର ବିବାଦୀୟ ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମରେ କୌଣସି ଦେଶ ସହଯୋଗ ନ କରିବାକୁ ସେ ସତର୍କ କରାଇ ଦେଇଛନ୍ତି।

ଏହି ବିପର୍ଯୟ ରାଜିନାମା ଇରାନ୍‌କୁ ନିୟୁତ ନିୟୁତ ଟଙ୍କା ଦିଆଇଛି ସିନା ତାକୁ ଆଣବିକ ଅସ୍ତ୍ରଶସ୍ତ୍ର ଆୟତ କରିବାରୁ ନିବୃତ୍ତ କରି ପାରି ନାହିଁ।

ସମ୍ବନ୍ଧିତ ଖବର