ପ୍ରଧାନ ବିଚାରପତି ପଦ ଲାଗି ଜଷ୍ଟିସ ଗୋଗୋଇଙ୍କ ନାମ ଉପରେ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ,: ସୁପ୍ରିମ୍କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ଲାଗି ବର୍ତମାନର ପ୍ରଧାନ ବିଚାରପତି ଦିପକ ମିଶ୍ର କରିଥିବା ସୁପାରିଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । ଏହା ଫଳରେ ଜଷ୍ଟିସ ଗୋଗଇ ଆସନ୍ତା ଅକ୍ଟୋବର ୩ ତାରିଖରେ ପ୍ରଧାନବିଚାରପତିଭାବେ ଶପଥ ନେବା ନିଶ୍ଚିତ ହୋଇଯାଇଛି ।

ଗତ ସେପ୍ଟେମ୍ବର ୫ରେ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଗୋଗୋଇଙ୍କ ନାମ ଆନୁଷ୍ଠାନିକ ଭାବେ ସରକାରଙ୍କୁ ସୁପାରିସ କରିଥିଲେ । ଜଷ୍ଟିସ୍ ମିଶ୍ର ଆସନ୍ତା ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ ଏବଂ ୩ ତାରିଖ ଦିନ ଜଷ୍ଟିସ ଗୋଗୋଇ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତ ମାସ ଜଷ୍ଟିସ୍ ମିଶ୍ରଙ୍କୁ ପତ୍ର ଲେଖି ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ କହିଥିଲେ। ଜଷ୍ଟିସ୍ ମିଶ୍ର ଏହି ସୁପାରିସ ପଠାଇବା ପରେ ଏବେ ଏ ବାବଦ ସ୍ଥିତି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର