ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇଥିବା ୨୮ଜଣ ‘ସିବିଆଇ’ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ଙ୍କୁ ଗିରଫ କରିବାକୁ ତାଙ୍କ ଘର କାନ୍ଥକୁ ଚଢ଼ି ଯାଇଥିବା ଜଣେ ଅଧିକାରୀ।
‘ସିବିଆଇ’ର ସେ ଅଧିକାରୀଜଣକ ହେଉଛନ୍ତି ଏସ୍ପି ରାମସ୍ୱାମୀ ପାର୍ଥସାରଥି। ଆଇଏନ୍ଏକ୍ସ ମିଡିଆ ମାମଲାରେ ଚିଦମ୍ବରମ୍ଙ୍କୁ ଗିରଫ କରିଥିବା ଏହି ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପ୍ରଦାନ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଶାନ୍ତ ମିଜାଜ୍ କିନ୍ତୁ, କଡ଼ା ମନୋଭାବର ଅଧିକାରୀ ଭାବେ ସୁପରିଚିତ ପାର୍ଥସାରଥି ଏହି ମାମଲାରେ ଚିଦମ୍ବରମ୍ ପୁତ୍ର କାର୍ତିଙ୍କୁ ମଧ୍ୟ ଗିରଫ କରିଥିଲେ।
Image Source: Jagaran Englishରାଷ୍ଟ୍ରପତି ପୁଲିସ ପଦକ ପାଇଥିବା ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି: ଧୀରେନ୍ଦ୍ର କୁମାର ଶୁକ୍ଳ, ବିନୟ କୁମାର, ନିର୍ଭୟ କୁମାର, ତୋଣ୍ଡାତ୍ତୁପରାମ୍ବିଲ୍ ବର୍ଗେସ୍, ଦୀପେନ୍ଦୁ ଭଟ୍ଟାଚାର୍ଯ୍ୟ, ରାଜେଶ ସିଂହ, ଓଁପ୍ରକାଶ ବିଷ୍ଣୋଇ, ସଞ୍ଜୟ କୁମାର ଭଟ, ମନୋଜ ବର୍ମା, ତାଙ୍ଗ୍ଲୁଆନ୍ ଜମାଙ୍ଗ୍, ରବି ନାରାୟଣ ତ୍ରିପାଠୀ, ମୁକେଶ ବର୍ମା, ନୀତେଶ କୁମାର, ବରୁଣ କୁମାର ସର୍କାର, ନାରାୟଣ ଚନ୍ଦ୍ର ସାହୁ, ନନ୍ଦ କିଶୋର, ନୁର ଅଲି ଶେଖ୍, ରୋହିତାଶ୍ୱ କୁମାର ଧିନ୍ଓ୍ଵା, ମଦନ ଲାଲଜ ଧିମନ, ଧରମବୀର ସିଂହ, ପାର୍ଥସାରଥି ସେଶାଦ୍ରି, କୈଳାସ ଚାନ୍ଦ ଯାଦବ, ପବନ କୁମାର, କୃଷ୍ଣ କୁମାର ଏବଂ ପୁଷ୍ପା ଯୋଶୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/pc.jpg)