ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ , ଏବେ ସମ୍ପୂର୍ଣ୍ଣ ଶାସନଭାର କେନ୍ଦ୍ର ହାତରେ

ନୂଆଦିଲ୍ଲୀ: ୬ ମାସ ତଳେ ଜାମ୍ମୁ ଓ କାଶ୍ମୀରରେ ଲଗାଯାଇଥିବା ରାଜ୍ୟପାଳ  ଶାସନର ମିଆଦ ଆଦି ପୂରଣ ହେବା ପରେ ଆଜିଠାରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏ ନେଇ ରାଜ୍ୟପାଳ ସତ୍ୟପାଳ  ମଲ୍ଲିକ କେନ୍ଦ୍ରକୁ ସୁପାରିଶ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଅନୁମୋଦନ  କରିଛନ୍ତି ।  ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ରାଜ୍ୟପାଳ ରାଜ୍ୟରେ ଶାସନ କରିବେ। ଗତ ଜୁନ ମାସରେ ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟିରୁ ବିଜେପି ସମର୍ଥନ ପ୍ରତ୍ୟାହାର  କରିବା ପରେ ମେହବୁବା ମୁଫତି ସରକାରର ପତନ ହୋଇଥିଲା । ଏହାର ଦିନକ ପରେ  ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲଗାଯାଇଥିଲା । ୨୦୦୮, ୨୦୧୫ ଏବଂ ୨୦୧୬ରେ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା।

ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ଏହା ସଂପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଆସିଯାଇଛି । ଜାମ୍ମୁ ଓ କାଶ୍ମୀରର ଏକ ସ୍ୱତନ୍ତ୍ର ସମ୍ବିଧାନ ଥିବାରୁ ପ୍ରଥମେ ସେଠାରେ ୬ ମାସ ପାଇଁ ରାଜ୍ୟପାଳ ଶାସନ ଲାଗୁହେବା ବାଧ୍ୟତାମୂଳକ । ତାପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁହୋଇପାରିବ ।

ସମ୍ବନ୍ଧିତ ଖବର