ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ପୂର୍ବ ବିଚାରପତି କର୍ଣ୍ଣନ

ଚେନ୍ନାଇ: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ମାଡ୍ରାସ ଏବଂ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ସିଏସ୍‌ କର୍ଣ୍ଣନ। ଆଜି କର୍ଣ୍ଣନ ନିର୍ବାଚନ ଲଢ଼ିବା ନେଇ ତାଙ୍କ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି। ୬୩ ବର୍ଷୀୟ ଏହି ଅବସରପ୍ରାପ୍ତ ବିଚାରପତି ଏବେ ବାରଣାସୀରେ ଅବସ୍ଥାନ କରୁଛନ୍ତି। ତେବେ କର୍ଣ୍ଣନ କେନ୍ଦ୍ରୀୟ ଚେନ୍ନାଇ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାପାଇଁ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାରଣାସୀ ତାଙ୍କର ଦ୍ବିତୀୟ ଆସନ। କର୍ଣ୍ଣନ ଆଣ୍ଟି କରପସନ୍‌ ଡାଇନାମିକ୍‌ ପାର୍ଟି (ଏସିଡିଡି)ର ସଦସ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୨୦୧୮ ମସିହାରେ ସେ ଏହି ଦଳ ଗଢ଼ିଥିଲେ। ଉଲ୍ଲେଖଯୋଗ୍ୟ କର୍ଣ୍ଣନ ପ୍ରଥମ ବିଚାରପତି ଭାବେ ଦାୟିତ୍ବରେ ଥିବା ସମୟରେ ହିଁ ଅଦାଲତ ଅବମାନନା ମାମଲାରେ ଦୋଷୀସାବ୍ୟସ୍ତ ହୋ‌ଇଥିଲେ ଏବଂ ୨୦୧୭ ମସିହାରେ ସେ ଅବସର ନେବାପରେ ୬ ମାସ ଜେଲ୍‌ ଜୀବନ କା‌ଟିଥିଲେ।

ସମ୍ବନ୍ଧିତ ଖବର