ନିର୍ବାଚନ ସରିବାର ଗୋଟିଏ ଦିନପରେ ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ସରିବାର ଗୋଟିଏ ଦିନପରେ , ତେଲ ଦର ବଢିଥିବାର ଖବର ମିଳିଛି । ଆଜି ବ୍ୟବଧାନରେ ପେଟ୍ରୋଲ ଦର ୯ ପଇସା ଓ ଡିଜେଲ ଦର ୧୬ ପଇସା ବୃଦ୍ଧି ପାଇଛି । ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା କାରଣରୁ ତେଲ ଆମଦାନି କମୁଛି । ଅଧିକ ଦିନ ମାନ୍ଦାବସ୍ଥା ରହିପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି । ତେଲ ଆମଦାନି ଦେଖା ଦେଇଥିବା ହ୍ରାସକୁ ବିଚାର କରି ଏଭଳି କୁହାଯାଇଛି ।

ତେବେ ତେଲ ଆମଦାନି କମିବା ଯୋଗୁଁ ଖୁଚୁରା ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି । ଚଳିତ ବର୍ଷ ତେଲ ଆମଦାନିରେ ମାତ୍ର ୩.୫ ପ୍ରତିଶତ ବୃଦ୍ଧି ହେବ ବୋଲି କୁହାଯାଉଛି । ଏହାର ଅର୍ଥ ହେଉଛି ଦେଶ ଭିତରେ ଅଧିକ ପରିମାଣର ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉନାହିଁ । ସେଥିପାଇଁ ତେଲ ବିଶୋଧନ କରୁଥିବା କଂପାନିଗୁଡିକ ତେଲ କିଣୁନାହାଁନ୍ତି । ତେଲର ଆମଦାନି ଓ ବିକ୍ରି କରିବା ଅର୍ଥନୀତି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର