ରାଫେଲ ଡିଲ୍‌କୁ ନେଇ ପ୍ରଶ୍ନ କରାଯିବା ପରେ ନିଉଜ୍‌ ଆଙ୍କରଙ୍କ ଉପରେ ରାଗିଗଲେ ମୋଦୀ, ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ : ଏକ ନିଉଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସେଠାରେ ପଚରାଯାଇଥିବା ପ୍ରଶ୍ନ ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ରାଗି ଯାଇଥିବା ଜଣା ପଡ଼ିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ରାଫେଲ ଡିଲ୍‌କୁ ନେଇ ନିଉଜ୍‌ ଆଙ୍କର ଯେଉଁଭଳି ଭାବରେ ପ୍ରଶ୍ନ କରିଥିଲେ, ତାହା ଶୁଣି ରାଗିଯିବା ସହ ପରେ ନିଜର ଜବାବ ରଖିଥିଲେ ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ଏବିପି ନିଉଜ୍‌କୁ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାର ସମୟରେ  ଆପଣଙ୍କ ରାଫେଲ ଡିଲ ଅନୀଲ ଅମ୍ବାନୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି ? ଏହା ମିଛ କି? ବୋଲି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି, ଆପଣଙ୍କ ସୁପ୍ରିମ୍‌ କୋର୍ଟ ଉପରେ ଭରସା କରୁ ନାହାନ୍ତି? ଯଦି ଏବିପି ନିଉଜ୍‌ ସୁପ୍ରିମ୍‌ କୋର୍ଟ ଉପରେ ଭରସା କରୁ ନାହିଁ, ତେବେ ତା’ଠାରୁ ର୍ଦୁଭାଗ୍ୟଜନକ ଜିନିଷ ଆଉ କିଛି ନାହିଁ । ଆପଣ କ’ଣ ସିଏଜି ଉପରେ ବି ଭରସା କରିବେ ନାହିଁ? ଆପଣ ଫ୍ରାନ୍ସର ରାଷ୍ଟ୍ରପତିଙ୍କ କଥାକୁ ବିଶ୍ୱାସ କରିବେ ନାହିଁ? ଆଜି ମୁଁ ସିଧାସଳଖ ଭାବେ ଏବିପି ଉପରେ ଆରୋପ ଲଗାଉଛି । ଗୋଟେ ମିଛ, ଯାହାର ପ୍ରମାଣ କେହି ଏ ପର୍ଯ୍ୟନ୍ତ ଦେଇ ପାରି ନାହାନ୍ତି । ଏଭଳି ମିଛ କହୁଥିବା ଲୋକଙ୍କୁ ପ୍ରଶ୍ନ କରିବା ପରିବର୍ତ୍ତେ, ଆପଣ ମୋତେ ପ୍ରଶ୍ନ କରୁଛନ୍ତି । ଆମେ ରାଫେଲ ଡିଲ୍‌କୁ ନେଇ ସଂସଦରେ ସବୁ ଖୋଲାଖୋଲି ଭାବରେ କହିବା ପରେ ଗୋଟେ ସ୍ୱତନ୍ତ୍ର ମିଡିଆ ହିସାବରେ ଆପଣ ମିଛ କହୁଥିବା ଲୋକଙ୍କୁ ଗୋଟେ ବି ପ୍ରଶ୍ନ କରି ନାହାନ୍ତି । କ’ଣ ପାଇଁ ପଚାରି ନାହାନ୍ତି, ଆପଣ ଜାଣିଥିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ସମ୍ବନ୍ଧିତ ଖବର