୫ବର୍ଷ ପରେ ସାମ୍ବାଦିକ ସମ୍ମିଳନୀ କଲେ, ହେଲେ କୌଣସି ବି ପ୍ରଶ୍ନର ଉତ୍ତର ରଖିଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପ୍ରଚାରର ଶେଷ ଦିନ ଐତିହାସିକ ରହିଥିଲା । ଗତ ୫ବର୍ଷ ମଧ୍ୟରେ ଯାହା ହୋଇ ନଥିଲା, ତାହା ପ୍ରଚାରର ଶେଷ ଦିନରେ ହୋଇଥିଲା । ସବୁ ବିପକ୍ଷ ଦଳ ମୋଦୀଜୀ ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଗୋଟେ ବି ସାମ୍ବାଦିକ ସମ୍ମିଳନୀ ଡ଼କାଇ ନଥିବା ନେଇ ଅଭିଯୋଗ କରି ଆସୁଥିବା ବେଳେ ଶେଷରେ ମୋଦୀଜୀ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ ।

The Asian Age

ବିଜେପିର ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । କିନ୍ତୁ ୫ବର୍ଷ ପରେ ସାମ୍ବାଦିକ ସମ୍ମିଳନୀ ଡ଼କାଇ ମଧ୍ୟ ମୋଦୀ କୌଣସି ପ୍ରଶ୍ନର ଉତ୍ତର ରଖି ନଥିଲେ । ସମ୍ମିଳନୀ ଆରମ୍ଭ ହେବା ପରେ ସବୁ ପ୍ରଶ୍ନର ଉତ୍ତର ବିଜେପି ଅଧ୍ୟକ୍ଷ ଅମିତ ଶାହା ଦେବେ ବୋଲି କହିଥିଲେ ମୋଦୀ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ମଧ୍ୟ ମୋଦୀଙ୍କୁ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଉଥିଲେ ଅମିତ ଶାହା, ଯାହାକୁ ନେଇ ଏବେ ବିରୋଧୀ ଦଳ ରାଜନୀତି ଆରମ୍ଭ କରି ଦେଇଛି ।

ସମ୍ବନ୍ଧିତ ଖବର