ଫଟୋ ନକଲ ମାମଲାକୁ ନେଇ ମମତାଙ୍କ ଉପରେ ବର୍ଷିଲେ ମୋଦୀ, କହିଲେ; ମେ’ ୨୩ରେ ମୋର ଖରାପ ଚିତ୍ର ତିଆରି କରି ମୋତେ ଉପହାର ଦେଇ ପାରିବ

କୋଲକାତା : ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଛି । ମଙ୍ଗଳବାର କୋଲକାତାରେ ଅମିତ ଶାହାଙ୍କ ରୋଡ୍‌ ସୋ’ରେ ହୋଇଥିବା ହିଂସାକାଣ୍ଡ ପାଇଁ ଏବେ କୋଲକାତାର ମାହୋଲ ଗରମ ରହିଛି । ତେବେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ପାଇଁ ମମତା ବିଜେପିକୁ ଦାୟୀ କରୁଥିବା ବେଳେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରେ ପହଞ୍ଚି ମମତାଙ୍କ ଉପରେ ବର୍ଷିଥିବା ଦେଖା ଯାଇଛି । କ୍ଷମାତା ନିଶାରେ ମମତା ପାଗଳ ହୋଇଯିବା ସହ ତାଙ୍କ ଗୁଣ୍ଡାମାନେ ଅସ୍ତ୍ରଶସ୍ତ୍ର ଧରି ଧମକାଉଛନ୍ତି ବୋଲି କହିଛନ୍ତି ମୋଦୀ ।

Hindustan Times

ଏହା ସହ ପ୍ରିୟଙ୍କା ଶର୍ମାଙ୍କ ଫଟୋ ନକଲ କରିବା ମାମଲା ଉଠାଇ, ଦିଦି ଯେଉଁ ଝିଅମାନଙ୍କୁ ତୁମେ ଜେଲ ପଠାଉଛ । ସେମାନେ ହିଁ ତୁମକୁ ଉଚିତ ଶିକ୍ଷା ଦେବେ । ସାମାନ୍ୟ ଫଟୋ ପାଇଁ ଏତେ ରାଗ । ଦିଦି ତୁମେ ନିଜେ ଜଣେ କଳାକାର । ଆପଣ ମୋତେ ମେ’ ୨୩ ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ମୋର ଖରାପ ଚିତ୍ର ତିଆରି କରି ମୋତେ ଉପହାର ଦେଇ ପାରିବେ । ମୁଁ ଆପଣଙ୍କ ବିରୋଧରେ ଏତଲା ରୁଜୁ କରିବି ନାହିଁ ବୋଲି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର