୬୯ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ସଂପର୍କିତ ଏହି ୧୦ କଥା

ନୂଆଦିଲ୍ଳୀ: ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଲାଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୬୯ତମ ଜନ୍ମବାର୍ଷିକୀ। ଆଜି ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ସଂପର୍କିତ କିଛି ନିଆରା କଥା।

: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସ୍ୱାଧୀନ ଭାରତରେ ଜନ୍ମିଥିବା ପ୍ରଥମ ପ୍ରଧାନମନ୍ତ୍ରୀ।

: ସେ କିଶୋରବସ୍ଥାରୁ ନିଜ ଘର ଛାଡ଼ି ଦେଇଥିଲେ। ଏହା ମଧ୍ୟରେ ସେ ଅନେକ ଆଶ୍ରମରେ ରହି ସାରିଛନ୍ତି।

: ସେ ୧୯୭୨ ମସିହା ଅକ୍ଟୋବର ୩ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସେବ ସଂଘ(ଆର୍‌ଏସ୍‌ଏସ୍‌)ରେ ଯୋଗ ଦେଇଥିଲେ।

: ୨୦୦୧ ମସିହା ଅକ୍ଟୋବର ମାସରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୋଦୀଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।

: ଇସ୍ରାଏଲ୍‌ ଗସ୍ତ କରିବାରେ ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ।

: ଲଗାତର ଦୁଇ ଥର ପ୍ରଧାନମନ୍ତ୍ରୀ ହେବାରେ ମୋଦୀ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ।

: ମୋଦୀ କଡ଼ା ଇସ୍ତ୍ରି ହୋଇଥିବା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ତାଙ୍କ ପିଲାଦିନର ଏହି ଅଭ୍ୟାସକୁ ସେ ଏଯାଏ ଛାଡ଼ିପାରି ନାହାନ୍ତି।

ସମ୍ବନ୍ଧିତ ଖବର