ହ୍ରିତିକ୍‌ଙ୍କ ନିକଟକୁ ଟୁଇଟ୍‌ କରି ରାକେଶ ରୋଶନଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବଲିଉଡ୍‌ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ନିର୍ମତା ତଥା ଚଳଚ୍ଚିତ୍ର କାହାଣୀ ଲେଖକ ରାକେଶ ରୋଶନ ଏବେ ଗଳା କର୍କଟ ରୋଗର ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତ ଥିବା ଆଜି ସକାଳୁ ଜଣା ପଡ଼ିବା ପରେ ଦେଶବ୍ୟାପି ତାଙ୍କ ପ୍ରଶଂସକମାନେ ଦୁଃଖିତ ହୋଇଥିଲେ। ଏହି ଖବର ତାଙ୍କର ଅଭିନେତା ପୁତ୍ର ହ୍ରିତିକ ରୋଶନ ନିଜର ଏକ ଇନ୍‌ଷ୍ଟା ପୋଷ୍ଟରେ ଜଣାଇବା ପରେ ରାକେଶଙ୍କ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ହ୍ରିତିକଙ୍କୁ ବ୍ୟସ୍ତ ବିବ୍ରତ ହେବାକୁ ସୋସିଆଲ ମିଡ଼ିଆ ବ୍ୟବହାର କରି ପରାମର୍ଶ ଦେଇଥିଲେ।

ତେବେ, ଅଭିନେତା ରାକେଶ ରୋଶନ ଗଳା କର୍କଟ ରୋଗରେ ଆକ୍ରାନ୍ତ ହେବା ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିବା ଜାଣିବାକୁ ମିଳିଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାକେଶଙ୍କ ପ୍ରଶଂସକଙ୍କ ସହ ସାମିଲ ହୋଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ହ୍ରିତିକଙ୍କ ନିକଟକୁ କରିଥିବା ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ପ୍ରିୟ ହ୍ରିତିକ୍‌, ମୁଁ ଶ୍ରୀ ରାକେଶ ରୋଶନ ଜୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ସେ ଜଣେ ଯୋଦ୍ଧା ଏବଂ ମୁଁ ନିଶ୍ଚିତ ସେ ଅତ୍ୟନ୍ତ ସାହାସର ସହ ଏ ଆହ୍ଵାନର ସାମନା କରି ନିଶ୍ଚିତ ଆରୋଗ୍ୟ ଲାଭ କରିବେ।’

 

 

ସମ୍ବନ୍ଧିତ ଖବର