ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, ଜଣେ ବି ନିସ୍ତାର ପାଇବେ ନାହିଁ

ଧୁଲେ (ମହାରାଷ୍ଟ୍ର): ପୁଲ୍‌ୱାମା ଆକ୍ରମଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଯେ ଯେଉଁମାନେ ଆତଙ୍କବାଦୀଙ୍କୁ ବନ୍ଧୁକ ଓ ବୋମା ଯୋଗାଇ ଭାରତକୁ ଅସ୍ଥିର କରିବାକୁ ଚାହୁଛନ୍ତି ସେମାନଙ୍କୁ ଆମେ ଛାଡ଼ିବୁ ନାହିଁ। ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରି କେହି ନିସ୍ତାର ପାଇବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତର ମହାରାଷ୍ଟ୍ରର ଧୁଲେଠାରେ ଆୟୋଜିତ ଏକ ଜନସଭାରେ କହିଛନ୍ତି। ସହିଦ ପରିବାରଙ୍କ ଅବଦାନକୁ ଦେଶବାସୀ କେବେ ଭୁଲିବେ ନାହିଁ ଏବଂ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ଭାରତ ସେନା ଉପରେ ଆକ୍ରମଣକୁ କୌଣସି ସ୍ଥିତିରେ ବି ବରଦାସ୍ତ କରିବ ନାହିଁ ଏବଂ ଭାରତର କ୍ଷତି କରିଥିବା ଶକ୍ତିଙ୍କୁ ଶାନ୍ତିରେ ଶୋଇବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର